ଓଡ଼ିଶାରେ ଏଥର ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ନହୋଇ ବିଳମ୍ବରେ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାପରେ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ଜୁନ୍ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତି ଚାଲିଛି।
ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି। ଆସନ୍ତା ୨୧ ତାରିଖରେ ପୁଣିଥରେ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ ହେବ, ଯେଉଁଥିରେ ନିର୍ବାଚନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।
ଚଳିତ ଥରର ପଞ୍ଚାୟତ ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟବ୍ୟାପୀ ଡୋର-ଟୁ-ଡୋର ସର୍ଭେ କରାଯିବ। ଏହାସହ'ଆମ ବୁଥ୍, ଆମ ବାରି'ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ।
ବର୍ତ୍ତମାନ ଅନେକ ବୁଥ୍ରେ ବିଭିନ୍ନ ଅଞ୍ଚଳର ଭୋଟରଙ୍କ ନାମ ରହିଥିବାରୁ ମତଦାନ ହାର ପ୍ରଭାବିତ ହେଉଥିବା କୁହାଯାଉଛି। ନୂଆ ସର୍ଭେ ପରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ଅଦ୍ୟତନ କରାଯିବ ଏବଂ ବୁଥ୍ୱାଇଜ୍ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହେବ।
ଏହା ଦ୍ୱାରା ପ୍ରତ୍ୟେକ ଭୋଟର ନିଜ ଅଞ୍ଚଳର ବୁଥ୍ରେ ମତଦାନ କରିପାରିବେ। ଫଳରେ ମତଦାନ ହାର ବୃଦ୍ଧି ପାଇବା ସହ ନିର୍ବାଚନ ପରିଚାଳନା ଆହୁରି ସୁବ୍ୟବସ୍ଥିତ ହେବ ବୋଲି ଆଶା କରାଯାଉଛି।
ଘର କିଣିବାକୁ ଗଲେ ଦାମ ଶୁଣି ଅନେକଙ୍କ ବଜେଟ୍ ବିଗିଡ଼ିଯାଉଛ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ଦୁଃଖ ସହିତ ଆରମ୍ଭ ହୁ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...