ନବରଙ୍ଗପୁର: ଧାନ କିଣା ପାଇଁ ପଞ୍ଜୀକରଣକୁ ନେଇ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ଏବେ ଅସୁବିଧାରେ ପଡ଼ିଛନ୍ତି। ବିଭିନ୍ନ LAMPS କେନ୍ଦ୍ରରେ ଲମ୍ବା ଧାଡ଼ି ଲାଗୁଥିବାରୁ ଚାଷୀମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ପଞ୍ଜୀକରଣର ଶେଷ ତାରିଖ ପାଖେଇ ଆସୁଥିବାରୁ ସମସ୍ୟା ଆହୁରି ବଢ଼ିଛି।
ଅନେକ ଚାଷୀ ନିଜର ଚାଷ କାମ ଛାଡ଼ି ପଞ୍ଜୀକରଣ ପାଇଁ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି। କେତେକ ଚାଷୀ ତିନି ଦିନ ଧରି କେନ୍ଦ୍ରକୁ ଆସୁଥିଲେ ମଧ୍ୟ ପଞ୍ଜୀକରଣ ହୋଇପାରୁନଥିବା ଅଭିଯୋଗ କରିଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଚାଷୀଙ୍କ ସମସ୍ୟା ମଧ୍ୟ ବଢ଼ିଛି।
ସୂଚନା ଅନୁଯାୟୀ, ଗତବର୍ଷ ନବରଙ୍ଗପୁର ଜିଲ୍ଲାରେ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିଲେ। ହେଲେ ଚଳିତବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୨୦ ପ୍ରତିଶତ ଚାଷୀ ହିଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିବା ଜଣାପଡ଼ିଛି।
ପଞ୍ଜୀକରଣ ନହେଲେ ପରବର୍ତ୍ତୀ ସମୟରେ ଧାନ ବିକ୍ରି କରିବାରେ ସମସ୍ୟା ହୋଇପାରେ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ତେଣୁ ନିକଟସ୍ଥ ପଞ୍ଚାୟତଗୁଡ଼ିକରେ ପଞ୍ଜୀକରଣ କେନ୍ଦ୍ର ଖୋଲିବାକୁ ସେମାନେ ଦାବି କରିଛନ୍ତି।
ନବରଙ୍ଗପୁର DRCS ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ଅଗଷ୍ଟ ୬ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପୂର୍ବରୁ ଗୋଟିଏ ID ମାଧ୍ୟମରେ ପଞ୍ଜୀକରଣ ହେଉଥିବା ବେଳେ ଏବେ ଏକାଧିକ ID ସକ୍ରିୟ କରାଯାଇଛି। ଫଳରେ ପଞ୍ଜୀକରଣ ପ୍ରକ୍ରିୟା ଶୀଘ୍ର ହେବ ବୋଲି ସେ କହିଛନ୍ତି।
ପଞ୍ଜୀକରଣ ସମୟରେ ସର୍ଭର ସମସ୍ୟା ମଧ୍ୟ ଦେଖାଦେଇଥିଲା। ତେବେ ସମ୍ପୃକ୍ତ ପକ୍ଷ ସମସ୍ୟାର ସମାଧାନ କରିଥିବା ଏବଂ ଏବେ ପ୍ରକ୍ରିୟା ସୁଚାରୁ ଭାବେ ଚାଲିବ ବୋଲି ଆଶ୍ୱାସନ ଦେଇଥିବା DRCS ସୂଚନା ଦେଇଛନ୍ତି।
ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ ନେତାମାନଙ୍କ ମଧ୍...
ବ୍ରିଟେନରେ ବିମାନ ଚଳାଚଳ ବ୍ୟବସ୍ଥାରେ ବଡ଼ ଧରଣର ବିଭ୍ରାଟ...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଆହୁରି ଭ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...