ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକର ସମାନ ବିକାଶ ଏବଂ ଡିଏମଏଫ୍ (District Mineral Foundation) ପାଣ୍ଠିର ନ୍ୟାୟସଙ୍ଗତ ବଣ୍ଟନ ନିଶ୍ଚିତ କରିବାକୁ ଓଡ଼ିଶା ସରକାର ଏକ ନୂତନ ନୀତି ପ୍ରଣୟନ କରିଛନ୍ତି। ଗୁରୁବାର ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି।
ନୂଆ ନୀତି ଅନୁଯାୟୀ, ଡିଏମଏଫ୍ ପାଣ୍ଠି କେବଳ ଖଣି ଥିବା ଜିଲ୍ଲା ଆଧାରରେ ନୁହେଁ, ବରଂ ଖଣି କାର୍ଯ୍ୟକଳାପର ପ୍ରଭାବ ପଡ଼ୁଥିବା ଅଞ୍ଚଳଗୁଡ଼ିକୁ ଧ୍ୟାନରେ ରଖି ବଣ୍ଟନ କରାଯିବ। ଏହା ଦ୍ୱାରା ଖଣି ପ୍ରଭାବିତ ସମସ୍ତ ଅଞ୍ଚଳ ସମାନ ଭାବେ ବିକାଶମୂଳକ ସୁବିଧା ପାଇପାରିବେ ବୋଲି ସରକାର ଆଶା କରୁଛନ୍ତି।
ନୀତି ଅନୁସାରେ, ଖଣିଠାରୁ ୧୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକୁ ‘ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ’ ଭାବେ ଚିହ୍ନଟ କରାଯିବ। ସେହିପରି ୧୫ କିଲୋମିଟରରୁ ୨୫ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକୁ ‘ପରୋକ୍ଷ ପ୍ରଭାବିତ ଅଞ୍ଚଳ’ ଭାବେ ବିବେଚନା କରାଯିବ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡିଏମଏଫ୍ ପାଣ୍ଠିର ୭୦ ପ୍ରତିଶତ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳର ବିକାଶରେ ବ୍ୟୟ କରାଯିବ। ଅବଶିଷ୍ଟ ୩୦ ପ୍ରତିଶତ ପରୋକ୍ଷ ପ୍ରଭାବିତ ଅଞ୍ଚଳର କଲ୍ୟାଣ ଓ ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ।
ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଖଣିଠାରୁ ୨୫ କିଲୋମିଟରରୁ ଅଧିକ ଦୂରରେ ଥିବା ଅଞ୍ଚଳରେ ଡିଏମଏଫ୍ ପାଣ୍ଠି ବ୍ୟବହାର କରାଯିବ ନାହିଁ। ଏହା ଦ୍ୱାରା ପ୍ରକୃତ ଭାବେ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକ ଲାଭାନ୍ବିତ ହେବେ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଖଣି ଥିବା ଜିଲ୍ଲା ପୂର୍ବଭଳି ସମ୍ପୂର୍ଣ୍ଣ ଡିଏମଏଫ୍ ଅର୍ଥ ସଂଗ୍ରହ କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ପ୍ରଭାବର ଭୌଗୋଳିକ ବିସ୍ତାର ଆଧାରରେ ଏହି ଅର୍ଥ ଅନ୍ୟ ପ୍ରଭାବିତ ଜିଲ୍ଲାମାନଙ୍କ ସହ ବାଣ୍ଟାଯିବ।
ଏହି ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ORSAC) ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକର ଚିହ୍ନଟ ଓ ମ୍ୟାପିଂ କାର୍ଯ୍ୟ କରିବ। ଏହା ସହ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଏହି ନୂଆ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନର ସମନ୍ୱୟ କରିବେ।
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଆମେରିକାର Federal Bureau of Investigation (FBI) ମଞ୍...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...