ଓଡ଼ିଶାରେ ଆଗାମୀ କିଛି ଦିନ ଧରି ଗ୍ରୀଷ୍ମ ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ତାପମାତ୍ରା ଅଧିକ ବଢ଼ିବ ବୋଲି ସୋମବାର ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି।
ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ତୀବ୍ର ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଏହାସହ ଚାରିଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗରମ ଓ ଆର୍ଦ୍ରତା ଯୋଗୁଁ ଲୋକମାନେ ଅଧିକ ଅସୁବିଧା ଅନୁଭବ କରିପାରନ୍ତି ବୋଲି ସତର୍କ କରାଯାଇଛି।
ଦିନର ମଧ୍ୟାହ୍ନ ସମୟରେ ଅନାବଶ୍ୟକ ଭାବେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ଗ୍ରୀଷ୍ମ ସତର୍କତା ମାନିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ପାଣିପାଗ ବିଭାଗ କହିଛି ଯେ ମେ ୨୯ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗରମ ଓ ଗୁଳୁଗୁଳି ପାଗ ଜାରି ରହିପାରେ।
ତେବେ ଅପରାହ୍ନ ସମୟରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ କିଛି ଅଞ୍ଚଳରେ ସାମୟିକ ଭାବେ ଗରମରୁ ଆଶ୍ୱସ୍ତି ମିଳିପାରେ।
Shapoorji Pallonji Groupର ଚେୟାରମ୍ୟାନ୍ Shapoorji Pa...
ଭାରତର ରିଅଲ୍ ଇଷ୍ଟେଟ୍ ବଜାରରେ୧ BHK ଘର ଏବେ ଏକ ଅଜବ ସ୍ଥି...
୧୯୯୦ ଦଶକରେ ରତନ ଟାଟାଙ୍କ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଜ...
କୋଟି କୋଟି ଟଙ୍କାର ନିବେଶ ଓ କଥିତ ଆର୍ଥିକ ଅନିୟମିତତାକୁ ନ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...