ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧାରେ ବଡ଼ ଧରଣର ଉନ୍ନତି ଘଟିଛି। ରାଜ୍ୟର ୮୨ ପ୍ରତିଶତରୁ ଅଧିକ ସରକାରୀ ସ୍କୁଲରେ ଏବେ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ବୋଲି ବୁଧବାର ରାଜ୍ୟସଭାରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଓଡ଼ିଶାରେ ମୋଟ ୪୬,୮୦୧ଟି ସରକାରୀ ବିଦ୍ୟାଳୟ ରହିଛି। ସେଥିରୁ ୩୮,୭୪୮ଟି ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହୋଇଛି।
ସେହିପରି ରାଜ୍ୟର ୪୬,୬୮୯ଟି ବିଦ୍ୟାଳୟରେ ଶୌଚାଳୟ, ୪୬,୭୯୮ଟିରେ ପାନୀୟ ଜଳ ସୁବିଧା, ୪୬,୬୬୭ଟି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ଏବଂ ୪୩,୪୫୨ଟି ବିଦ୍ୟାଳୟରେ ବାଉଣ୍ଡାରୀ ୱାଲ୍ ରହିଛି। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ମୋଟ ୧,୯୪,୮୪୦ଟି ଶ୍ରେଣୀଗୃହ ଥିବା ସୂଚନା ମଧ୍ୟ ଦିଆଯାଇଛି।
କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ସମ୍ବିଧାନର ସମବର୍ତ୍ତୀ ତାଲିକାରେ ରହିଥିବାରୁ ବିଦ୍ୟାଳୟ ପରିଚାଳନାର ପ୍ରମୁଖ ଦାୟିତ୍ୱ ରାଜ୍ୟ ସରକାରଙ୍କର। ସମଗ୍ର ଶିକ୍ଷା (Samagra Shiksha) ଯୋଜନା ଅଧୀନରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ବାର୍ଷିକ କାର୍ଯ୍ୟଯୋଜନା ଓ ବଜେଟ୍ (AWP&B) ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ନୂତନ ସ୍କୁଲ ଭବନ, ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନ ଓ କମ୍ପ୍ୟୁଟର ଲ୍ୟାବ୍, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ରାମ୍ପ, ପୁସ୍ତକାଳୟ, ମରାମତି କାର୍ଯ୍ୟ, ସୌର ପ୍ୟାନେଲ୍ ସମେତ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ କରାଯାଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ବାର୍ଷିକ କାର୍ଯ୍ୟଯୋଜନା ଆଧାରରେ ଏହି ସମସ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ଆମେରିକାରେ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରା...
ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କ...
🇮🇳🇦🇿 ଭାରତ-ଆଜରବୈଜାନ ସମ୍ପର୍କରେ ଆସୁଛି ନୂଆ ମୋଡ଼ ଅପର...
ଦୀପାବଳି ଓ ଧନତେରସ୍ ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥ...
🇮🇳 ‘କୌଣସି ଟାର୍ଗେଟ୍ ପହଞ୍ଚ ବାହାରେ ନୁହେଁ’...
🚆 କାଉଣ୍ଟର ଟିକେଟ୍‌ରେ ମଧ୍ୟ ମିଳିବ ବୀମା ଏପର୍ଯ...
ଜାତିସଂଘରେ ପୁଣିଥରେ ପାକିସ୍ତାନକୁ ଘେରିଛି ଭାରତ। ଜମ୍ମୁ-କ...
ଭାରତର ପ୍ରତିରକ୍ଷା ଶିଳ୍ପ ଏବେ ଆଉ କେବଳ ଦେଶର ଆବଶ୍ୟକତା ପ...