ଭଦ୍ରକ: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ୨୦୫ଟି ସ୍କୁଲ ଓ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର ଆଜି, ଅଗଷ୍ଟ ୨୧ ତାରିଖରେ ବନ୍ଦ ରହିବ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଭଦ୍ରକ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକରେ ଥିବା ସମ୍ପୃକ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ। ବନ୍ୟା ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁଙ୍କ ଯାତାୟାତରେ ଯେପରି କୌଣସି ବିପଦ ନଘଟେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।
ସ୍କୁଲ ବନ୍ଦ ରଖିବା ସହିତ ଏହି ୪ଟି ବନ୍ୟା ପ୍ରଭାବିତ ବ୍ଲକରେ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ପରିସ୍ଥିତି ସ୍ୱାଭାବିକ ହେବା ପରେ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକ୍ରମ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।
ବନ୍ୟା ସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି।
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଆହୁରି ଭ...
ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ ନେତାମାନଙ୍କ ମଧ୍...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ବ୍ରିଟେନରେ ବିମାନ ଚଳାଚଳ ବ୍ୟବସ୍ଥାରେ ବଡ଼ ଧରଣର ବିଭ୍ରାଟ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...