ବନ୍ୟାରେ ଉବୁଟୁବୁ ଓଡ଼ିଶାରେ ଏବେ ସାପ କାମୁଡ଼ା ଘଟଣା ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପାଣି ବଢ଼ିବା ସହ ସାପ କାମୁଡ଼ା ମାମଲା ମଧ୍ୟ ସାମ୍ନାକୁ ଆସୁଛି। ସୋମବାର ସାର୍ବଜନୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ୯୬ ଜଣ ସାପ କାମୁଡ଼ାର ଶିକାରହୋଇଛନ୍ତି।
ତେବେ ଏହି ଘଟଣାଗୁଡ଼ିକରେ କୌଣସି ମୃତ୍ୟୁ ହୋଇନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ତୁରନ୍ତ ଚିକିତ୍ସା ଏବଂ ହସ୍ପିଟାଲ୍ଗୁଡ଼ିକରେ ପର୍ଯ୍ୟାପ୍ତଆଣ୍ଟି-ସ୍ନେକ୍ ଭେନମ୍ (ASV)ଉପଲବ୍ଧ ରହିବା ଯୋଗୁଁ ଏହା ସମ୍ଭବ ହୋଇଛି।
ସାର୍ବଜନୀନ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକଡା. ବସନ୍ତ ପ୍ରଧାନଙ୍କ ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରତିକାର ବ୍ୟବସ୍ଥାକୁ ଜୋରଦାର କରାଯାଇଛି।
ବିଭିନ୍ନ ସ୍ଥାନରେ ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀଙ୍କ ସ୍ଥିତି ଉପରେ ନଜର ରଖାଯିବା ସହ ଆବଶ୍ୟକ ଅନୁଯାୟୀ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।
ବନ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି। ଏପର୍ଯ୍ୟନ୍ତ୪୮୧ ଜଣ ଗର୍ଭବତୀ ମହିଳାଙ୍କୁସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଏହାସହ ବନ୍ୟା ଭଳି ଜରୁରୀ ପରିସ୍ଥିତି ମଧ୍ୟରେ୩୩୨ଟି ପ୍ରସବ ସଫଳତାର ସହ କରାଯାଇଛି, ଯାହା ଦ୍ୱାରା ମାତୃତ୍ୱ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ରହିଛି।
ବନ୍ୟା ପରେ ଜଳ ଓ ପରିମଳ ସମସ୍ୟା ଯୋଗୁଁ ଡାଇରିଆ ମାମଲା ମଧ୍ୟ ସାମ୍ନାକୁ ଆସିଛି। ବିଭାଗର ସୂଚନା ଅନୁଯାୟୀ,୧୯୫ଟି ଡାଇରିଆ ମାମଲାରିପୋର୍ଟ ହୋଇଛି। ସମସ୍ତ ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଯାୟୀ ଚିକିତ୍ସା ଦିଆଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଆୟୋଜିତ ମେଡିକାଲ୍ କ୍ୟାମ୍ପ ଓ ଜରୁରୀ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଏପର୍ଯ୍ୟନ୍ତ୨୧,୩୩୪ ଜଣ ଲୋକ ଚିକିତ୍ସା ସେବା ନେଇଛନ୍ତି।
ଜୀବନରକ୍ଷକ ଔଷଧର ଅଭାବ ଯେପରି ନହୁଏ, ସେଥିପାଇଁ ବିଭାଗ ପକ୍ଷରୁORS, Anti-Snake Venom (ASV)ସମେତ ଅନ୍ୟ ଆବଶ୍ୟକୀୟ ଔଷଧର ପର୍ଯ୍ୟାପ୍ତ ମହଜୁଦ ରଖାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ରିଆଲିଟି ଶୋ&r...
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍...
ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷି...
ଦେଶରେ ମୌସୁମୀର ପ୍ରଭାବ ଆହୁରି ତୀବ୍ର ହେବାର ଆଶଙ୍କା। ଅଗଷ...
ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଲଭ୍ ଆଣ୍ଡ ୱାର୍&r...
ରିଆଲିଟି ଶୋ’ରୁ ଲୋକପ୍ରିୟତା ହାସଲ କରିଥିବା ଏଲଭିଶ...
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନ...