ବଲିଉଡ୍ ଅଭିନେତା ସଲମାନ ଖାନ୍ ରିଆଲିଟି ଶୋ’ ‘ଆଲାଏନ୍ସ’ରେ ନିଜ ଜୀବନର ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅନୁଭୂତି ସେୟାର କରି ଚର୍ଚ୍ଚାରେ ଅଛନ୍ତି। ପ୍ରତିଯୋଗିତାର ଏକ କଠିନ ପର୍ଯ୍ୟାୟ ପରେ ଭାଇ ସୋହେଲ ଖାନ୍ଙ୍କୁ ସମର୍ଥନ କରିବା ପାଇଁ ଶୋ’ରେ ପହଞ୍ଚିଥିଲେ ସଲମାନ। ଏହି ସମୟରେ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା ବେଳେ ସେ ନିଜର ଜେଲ୍ ଅନୁଭୂତି ବିଷୟରେ କହିଥିଲେ।
ଜେଲ୍ରେ ରହିବା ସମୟର କଥା ମନେ ପକାଇ ସଲମାନ କହିଥିଲେ ଯେ ଅତ୍ୟନ୍ତ ଛୋଟ ଜାଗାରେ ବହୁ ସଂଖ୍ୟକ ଲୋକଙ୍କ ସହ ରହିବାକୁ ପଡ଼ୁଥିଲା। ସେଠାରେ ମାତ୍ର ଗୋଟିଏ ଶୌଚାଳୟ ଥିବା ସହ ପରିବେଶ ମଧ୍ୟ ଅତ୍ୟନ୍ତ ଅସ୍ୱଚ୍ଛ ଥିଲା ବୋଲି ସଲମାନ ବର୍ଣ୍ଣନା କରିଛନ୍ତି।
ଜେଲ୍ରେ ଥିବା ସମୟରେ ସବୁଠାରୁ ବଡ଼ ସମସ୍ୟା ତାଙ୍କ ପାଇଁ ଶୌଚାଳୟ ଥିଲା ବୋଲି ସଲମାନ ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ। ୨୦୦୮ରେ କୋଏଲ ପୁରୀଙ୍କ ସହ ଏକ ଆଲୋଚନା ସମୟରେ ସେ ଜେଲ୍ ଅନୁଭୂତି ବିଷୟରେ କହିଥିଲେ।
ସୂଚନାଯୋଗ୍ୟ, ୧୯୯୮ ମସିହାର କଳାହରିଣ ଓ ଚିଙ୍କାରା ଶିକାର ମାମଲା ସମେତ ବିଭିନ୍ନ ମାମଲାରେ ସଲମାନ ମୋଟ ପ୍ରାୟ ୧୮ ଦିନ ଜେଲ୍ କିମ୍ବା ନ୍ୟାୟିକ ହେପାଜତରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସଲମାନଙ୍କ ଶୋ’ରେ ପ୍ରବେଶ ପୂର୍ବରୁ ସୋହେଲ ଖାନ୍ ମଧ୍ୟ ନିଜ ଜୀବନର ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ବିଷୟରେ ଖୋଲାଖୋଲି କହିଥିଲେ।
ସୋହେଲ କହିଥିଲେ ଯେ ସେ ଛୋଟ ଥିବା ସମୟରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଏହି ଘଟଣାକୁ ସେ ବର୍ଷ ବର୍ଷ ଧରି ନିଜ ମନ ଭିତରେ ରଖିଥିଲେ। ବଡ଼ ହେବା ପରେ ସେ ନିଜ ବାପାଙ୍କୁ ଏ ସମ୍ପର୍କରେ କହିଥିଲେ ବୋଲି ଶୋ’ରେ ପ୍ରକାଶ କରିଥିଲେ।
ସେତେବେଳେ ତାଙ୍କ ମନରେ ଲଜ୍ଜା ଓ ଅପରାଧବୋଧ ଥିଲା ବୋଲି ସୋହେଲ କହିଥିଲେ। ତେବେ ଏଥିରେ ତାଙ୍କର କୌଣସି ଦୋଷ ନଥିଲା ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ। ନିଜ ପିଲାମାନଙ୍କୁ ସବୁ କଥା ଖୋଲାଖୋଲି କହିବାକୁ ସେ ସବୁବେଳେ କୁହନ୍ତି ବୋଲି ସୋହେଲ କହିଥିଲେ।
ସୋହେଲଙ୍କ ଏହି ଭାବବିହ୍ୱଳ ସ୍ୱୀକାରୋକ୍ତି ଶୋ’ର ପ୍ରତିଯୋଗୀ ଓ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି।
୨୦୨୬ରେ ପ୍ରାଇମ୍ ଭିଡିଓରେ ପ୍ରସାରିତ ହୋଇଥିବା ରିଆଲିଟି ପ୍ରତିଯୋଗିତା ଶୋ’ ‘ଆଲାଏନ୍ସ’ର ହୋଷ୍ଟ ହେଉଛନ୍ତି କୁନାଲ କେମ୍ମୁ। ଏହି ଶୋ’ରେ ଫିଲ୍ମ, ଟେଲିଭିଜନ, କ୍ରୀଡ଼ା ଓ ଡିଜିଟାଲ୍ ଜଗତର ବିଭିନ୍ନ ପରିଚିତ ଚେହେରା ଅଂଶଗ୍ରହଣ କରିଛନ୍ତି।
ଶୋ’ରେ ପ୍ରତିଯୋଗୀମାନଙ୍କୁ ଶାରୀରିକ ଓ ମାନସିକ ଚ୍ୟାଲେଞ୍ଜ ସହ ରଣନୀତି ଆଧାରିତ ଖେଳର ସାମ୍ନା କରିବାକୁ ପଡ଼ୁଛି। ସଲମାନଙ୍କ ଏହି ବିଶେଷ ଉପସ୍ଥିତି ଏବଂ ଭାଇ ସୋହେଲଙ୍କ ଭାବବିହ୍ୱଳ ସ୍ୱୀକାରୋକ୍ତି ଶୋ’କୁ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଗ୍ଲାସଗୋରେ ଅନୁଷ୍ଠିତ ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା...
ଭାରତୀୟ କ୍ରିକେଟ୍ ଦଳରେ ବଡ଼ ପରିବର୍ତ୍ତନ।ଶ୍ରୀଲଙ୍କା ବିପକ...
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧମା’ ତାରାତାରିଣୀ ପୀଠକୁ...
NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା...
ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ କ୍ରିକେଟ୍&...
ବେଙ୍ଗାଲୁରୁ:ଆଗାମୀ ଏସିଆ କପ୍ ହକିକୁ ନଜରରେ ରଖି ଭାରତୀୟ କ...