ସମ୍ପ୍ରତି ବନ୍ୟାରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଆଗାମୀ ଦିନରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ପ୍ରଶାସନକୁ ପୁଣି ସଜାଗ ରହିବାକୁ କୁହାଯାଇଛି।
କେତେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବନ୍ୟା ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁDirect Payment Mode (DPM)ମାଧ୍ୟମରେ ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ, ଜିଲ୍ଲା ପ୍ରଶାସନଗୁଡ଼ିକୁ କ୍ଷୟକ୍ଷତିର ଠିକ୍ ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି।
ସୂଚନା ଅନୁସାରେ, ଅଧିକାଂଶ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ମିଳିସାରିଛି। ତେବେଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜଜିଲ୍ଲାର କିଛି ଅଞ୍ଚଳରେ ବନ୍ୟାଜଳ ସମ୍ପୂର୍ଣ୍ଣ ଛାଡ଼ିନଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇନଥିବା କୁହାଯାଇଛି।
ଜଳସ୍ତର କମିବା ପରେ କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ଦେବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ବନ୍ୟାରେ ଏପର୍ଯ୍ୟନ୍ତ ରାଜ୍ୟର୩,୫୬୭ଟି ଘର କ୍ଷତିଗ୍ରସ୍ତହୋଇଥିବା ସୂଚନା ମିଳିଛି। ସେହିପରି ପ୍ରାୟ୩୭,୨୯୭ ହେକ୍ଟର ଚାଷଜମିପ୍ରଭାବିତ ହୋଇଛି।
ବନ୍ୟା କ୍ଷତିଗ୍ରସ୍ତ ୧୦ଟି ସହରାଞ୍ଚଳକୁ ମଧ୍ୟ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର ପ୍ରସ୍ତୁତି ରହିଛି।
ବନ୍ୟା ପରିସ୍ଥିତିରୁ ରାଜ୍ୟ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହେବାର ଆଶଙ୍କା ଚିନ୍ତା ବଢ଼ାଇଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ, ପରିସ୍ଥିତି ଖରାପ ହେଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ କୁହାଯାଇଛି।
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...