ଭୁବନେଶ୍ୱର:ଶୀତ ଋତୁରେ ପର୍ଯ୍ୟଟନକୁ ନୂଆ ଗତି ଦେବା ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଶ-ବିଦେଶର ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ ୨୦୨୬-୨୭। ଏହାର ପ୍ରଥମ ପର୍ଯ୍ୟାୟରେ ସାତକୋଶିଆ, ଦାରିଙ୍ଗବାଡ଼ି ଓ ହୀରାକୁଦରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟ୍ ସ୍ଥାପନ କରାଯିବ। ସୋମବାର ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭର୍ଚୁଆଲ୍ ମାଧ୍ୟମରେ ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଚଳିତ ବର୍ଷର ଇକୋ ରିଟ୍ରିଟ୍ରେ ତିନୋଟି ପର୍ଯ୍ୟଟନସ୍ଥଳୀରେ ଟେଣ୍ଟ୍ ବ୍ୟବସ୍ଥା କରାଯାଇଛି।
ସାତକୋଶିଆ:୫୦ଟି ବିଳାସପୂର୍ଣ୍ଣ ଟେଣ୍ଟ୍
ହୀରାକୁଦ:୫୦ଟି ବିଳାସପୂର୍ଣ୍ଣ ଟେଣ୍ଟ୍
ଦାରିଙ୍ଗବାଡ଼ି:୨୫ଟି ବିଳାସପୂର୍ଣ୍ଣ ଟେଣ୍ଟ୍
ଏହି ତିନୋଟି ସ୍ଥାନରେ ପର୍ଯ୍ୟଟକଙ୍କୁ ପ୍ରକୃତିର ନିକଟରେ ରହି ବିଳାସପୂର୍ଣ୍ଣ ରହଣିର ଅନୁଭୂତି ମିଳିବ। ସାଧାରଣ ହୋଟେଲ୍ ଓ ରିସର୍ଟଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ଟେଣ୍ଟ୍ରେ ରହିବାର ସୁଯୋଗ ଏହାର ବିଶେଷତ୍ୱ।
ପର୍ଯ୍ୟଟନ ବିଭାଗର ଯୋଜନା ଅନୁସାରେ, ସାତକୋଶିଆ ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। ସେହିପରି ହୀରାକୁଦରେ ଏହା ସର୍ବନିମ୍ନ ୧୨୦ ଦିନ ଖୋଲା ରହିବ। ଏହାଦ୍ୱାରା ଦୀର୍ଘ ସମୟ ଧରି ପର୍ଯ୍ୟଟକମାନେ ଏହି ସ୍ଥାନଗୁଡ଼ିକରେ ରହଣିର ସୁଯୋଗ ପାଇପାରିବେ।
ଇକୋ ରିଟ୍ରିଟ୍ରେ କେବଳ ରହଣି ବ୍ୟବସ୍ଥା ନୁହେଁ, ପର୍ଯ୍ୟଟକଙ୍କ ପାଇଁ ଅନେକ ଅନୁଭୂତିମୂଳକ କାର୍ଯ୍ୟକଳାପ ମଧ୍ୟ ରହିବ। ଏଥିରେ ଦୁଃସାହସିକ କ୍ରୀଡ଼ା, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତି ସହ ପରିଚିତ ହେବାର ସୁଯୋଗ ମିଳିବ। ପ୍ରକୃତି ମଧ୍ୟରେ ସମୟ ବିତାଇବା ସହ ଏହି ଅଞ୍ଚଳଗୁଡ଼ିକର ପର୍ଯ୍ୟଟନ ଆକର୍ଷଣକୁ ଅନୁଭବ କରିପାରିବେ ପର୍ଯ୍ୟଟକ।
ଚଳିତ ବର୍ଷ ଇକୋ ରିଟ୍ରିଟ୍ର ଏକ ମୁଖ୍ୟ ବିଶେଷତ୍ୱ ହେଉଛି ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ୍। ଏହି ବ୍ୟବସ୍ଥା ଅନୁସାରେ, ଚୟନିତ ଇଭେଣ୍ଟ ମ୍ୟାନେଜମେଣ୍ଟ୍ ସଂସ୍ଥାଗୁଡ଼ିକୁ ଟେଣ୍ଟ୍ ସ୍ଥାପନ ଓ ପରିଚାଳନା ପାଇଁ ପର୍ଯ୍ୟଟନ ବିଭାଗ ଆର୍ଥିକ ସହାୟତା ଯୋଗାଇବ। ଏହାଦ୍ୱାରା ଘରୋଇ କ୍ଷେତ୍ରର ସହଭାଗିତା ବଢ଼ିବା ସହ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ମଜବୁତ କରିବା ଲକ୍ଷ୍ୟ ରହିଛି।
ଉଦ୍ଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାର, ଘରୋଇ ସଂସ୍ଥା ଓ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଏହି ପଦକ୍ଷେପ ଓଡ଼ିଶାର ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ଆଗକୁ ନେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଆଶା କରାଯାଉଛି।
ନୂଆଦିଲ୍ଲୀ: ଯମୁନା ନଦୀରେ ପ୍ଲାଷ୍ଟିକ୍ ବୋତଲ ଫିଙ୍ଗିବାକୁ...
ଭାରତୀୟ ସମ୍ବିଧାନ, ଆଇନ ଓ ମତପ୍ରକାଶର ସ୍ୱାଧୀନତାକୁ ନେଇ ଗ...
ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...
ହାଇଦ୍ରାବାଦ: ଇଟାଲୀର ଜଣେ ରାଜନେତା ଭାରତରେ ଆସି କଂଗ୍ରେସର...
ନୂଆଦିଲ୍ଲୀ: ଚାର୍ଟାର୍ଡ ଆକାଉଣ୍ଟାନ୍ସି (CA) Final ନଭେମ୍...
ମଧୁମେହ ବା ଡାଇବେଟିସ୍‌ ଏକ ଏପରି ରୋଗ, ଯାହା ସବୁବେଳ...
ଦେଶର ସଂସଦ ଓ ରାଜ୍ୟ ବିଧାନସଭାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ...
ନୂଆଦିଲ୍ଲୀ: ସଫଳତା ପାଇଁ ବଡ଼ ସହରରେ ଜନ୍ମ କିମ୍ବା ଦାମୀ ଇ...