ସଂସଦରେ ଦିବ୍ୟାଙ୍ଗଙ୍କୁ ମିଳୁ ପ୍ରତିନିଧିତ୍ୱ! ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ସଂସଦ ଓ ରାଜ୍ୟ ବିଧାନସଭାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକ ପ୍ରତିନିଧିତ୍ୱ ପାଇଁ ଦାବି ଉଠାଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ଅଜିତ ଗୋପଛଡ଼େ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏକ ସ୍ୱଚ୍ଛ ଓ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ପ୍ରଣୟନ ପାଇଁ ଅନୁରୋଧ କରିଛନ୍ତି। ଏହି ଚିଠିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆବଶ୍ୟକୀୟ ପଦକ୍ଷେପ ପାଇଁ ଆଇନ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ପଠାଇଛି।
Divyang Representation in Parliament
Divyang Representation in Parliament

ଦେଶର ସଂସଦ ଓ ରାଜ୍ୟ ବିଧାନସଭାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅଧିକ ପ୍ରତିନିଧିତ୍ୱ ମିଳିବା ଉଚିତ । ସେମାନଙ୍କ ଅଭିଜ୍ଞତା, ଦକ୍ଷତା ଓ ଜୀବନର ସଂଘର୍ଷ ଦେଶର ଆଇନ ପ୍ରଣୟନ ଏବଂ ନୀତି ନିର୍ଦ୍ଧାରଣରେ ସହାୟକ ହୋଇପାରିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଛନ୍ତି ମହାରାଷ୍ଟ୍ରର ବିଜେପି ରାଜ୍ୟସଭା ସାଂସଦ ଅଜିତ ମାଧବରାଓ ଗୋପଛଡ଼େ ।

ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସଂସଦ ଓ ରାଜ୍ୟ ବିଧାନସଭାରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଏକ ଅନୁଷ୍ଠାନିକ ବ୍ୟବସ୍ଥା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି।

ରାଜ୍ୟସଭାରେ ମନୋନୀତ ସାଂସଦ ଭାବେ ସୁଯୋଗ ଦେବାକୁ ପ୍ରସ୍ତାବ

ସେପ୍ଟେମ୍ବର ୨୮, ୨୦୨୬ରେ ଲେଖିଥିବା ଏହି ଚିଠିରେ ଗୋପଛଡ଼େ କହିଛନ୍ତି ଯେ, ସମ୍ବିଧାନର ବର୍ତ୍ତମାନର ବ୍ୟବସ୍ଥା ମଧ୍ୟରେ ଦିବ୍ୟାଙ୍ଗଙ୍କୁ ଅଧିକ ପ୍ରତିନିଧିତ୍ୱ ଦେବାର ସମ୍ଭାବନା ଅନୁଧ୍ୟାନ କରାଯିବା ଆବଶ୍ୟକ ।

ବିଶେଷ କରି ଅସାଧାରଣ ସଫଳତା ହାସଲ କରିଥିବା, ବୃତ୍ତିଗତ ଦକ୍ଷତା ରଖିଥିବା, ଜନସେବାର ଅଭିଜ୍ଞତା ଥିବା ଏବଂ ନେତୃତ୍ୱ ଦକ୍ଷତା ପ୍ରମାଣ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଏପରି ବ୍ୟକ୍ତିମାନଙ୍କୁ ରାଜ୍ୟସଭାରେ ମନୋନୀତ ସଦସ୍ୟ ଭାବେ ସୁଯୋଗ ଦେବା ଉପରେ ମଧ୍ୟ ବିଚାର କରିବାକୁ ସେ କହିଛନ୍ତି। କାରଣ ଅନେକ ଦକ୍ଷ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସାଧାରଣ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବା କଷ୍ଟକର ହୋଇପାରେ ।

ଅନ୍ୟ ଦେଶରେ ରହିଛି ଏଭଳି ବ୍ୟବସ୍ଥା

ନିଜ ଚିଠିରେ ଗୋପଛଡ଼େ ବିଭିନ୍ନ ଦେଶର ଉଦାହରଣ ମଧ୍ୟ ଦେଇଛନ୍ତି।

  • ଉଗାଣ୍ଡା: ଦିବ୍ୟାଙ୍ଗଙ୍କ ପାଇଁ ସଂସଦରେ ୫ଟି ଆସନ ସଂରକ୍ଷିତ ରହିଛି। ସ୍ୱତନ୍ତ୍ର ନିର୍ବାଚନୀ ମଣ୍ଡଳୀ ମାଧ୍ୟମରେ ସେମାନଙ୍କୁ ଚୟନ କରାଯାଏ।

  • ଜାପାନ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସଂସଦୀୟ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଦିଆଯାଇଛି।

  • ଜିମ୍ବାୱେ: ସିନେଟ୍‌ରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ପାଇଁ ସ୍ୱତନ୍ତ୍ର ନିର୍ବାଚନୀ ବ୍ୟବସ୍ଥା ରହିଛି।

  • ଇଜିପ୍ଟ: ରାଜନୈତିକ ଦଳଗୁଡ଼ିକୁ ନିଜ ନିର୍ବାଚନୀ ତାଲିକାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ସାମିଲ କରିବାକୁ ପଡ଼େ।

  • ଲାଇବେରିଆ: ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ପାଇଁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ବ୍ୟବସ୍ଥା ରହିଛି।

ଭାରତରେ ମଧ୍ୟ ରହିଛି ଉଦାହରଣ

ଭାରତୀୟ ସଂସଦରେ ମଧ୍ୟ ଦିବ୍ୟାଙ୍ଗଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଗୋପଛଡ଼େ ସାଧନ ଚନ୍ଦ୍ର ଗୁପ୍ତଙ୍କ ଉଦାହରଣ ଦେଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଓ ରାଜନେତା ଥିଲେ ଏବଂ ଭାରତର ପ୍ରଥମ ଦୃଷ୍ଟିବାଧିତ ସାଂସଦ ଭାବେ ପରିଚିତ ।

ଏହାସହ ପୂର୍ବତନ କଂଗ୍ରେସ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରାଯାଇଛି।

ଚିଠିକୁ ଦୁଇ ମନ୍ତ୍ରଣାଳୟକୁ ପଠାଇଲା PMO

ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପଦକ୍ଷେପ ନେଇଛି। ଅକ୍ଟୋବର ୨୯, ୨୦୨୬ରେ ଗୋପଛଡ଼େଙ୍କ ଚିଠିକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି।

ସଂସଦରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ସମ୍ପର୍କିତ ବିଷୟ ମୁଖ୍ୟତଃ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ବେଳେ ରାଜ୍ୟସଭାରେ ସଦସ୍ୟ ମନୋନୟନ ସମ୍ପର୍କିତ ବିଷୟ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ।

ତେବେ ଏହି ପ୍ରସ୍ତାବ ଉପରେ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ନୂଆ ନିୟମ ବା ନିଷ୍ପତ୍ତି ଘୋଷଣା ହୋଇନାହିଁ। ଏହା ଉପରେ ଆଗାମୀ ଦିନରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିବ ।

LIVE TV
LIVE
Latest News
ବିବାହ ପରେ କାମରୁ ବ୍ରେକ୍ ନେବେ ଅନିରୁଦ୍ଧ ରବିଚନ୍ଦର! ୨୦୨୭ ଜାନୁଆରୀ ଯାଏଁ ରହିବେ ଦୂରରେ

ବିବାହ ପରେ କାମରୁ ବ୍ରେକ୍ ନେବେ ଅନିରୁଦ୍ଧ...

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ସଙ୍ଗୀତ ନିର...

BCCI ଅଣ୍ଡର-୧୯ ମହିଳା କ୍ରିକେଟ୍‌ ଖେଳାଳି ନନ୍ଦିନୀଙ୍କ ମୃତ୍ୟୁ! ଦୁଇ ଯୁବକଙ୍କ ନାଁରେ ହଇରାଣ କରିବା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୋଲିସ

BCCI ଅଣ୍ଡର-୧୯ ମହିଳା କ୍ରିକେଟ୍‌ ଖେଳାଳି ନନ୍ଦିନୀଙ୍କ...

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୭ ବର୍ଷୀୟା ଖେଳାଳିଙ...

ରାଜ୍ୟସଭାରୁ ହରଦୀପ ସିଂହ ପୁରୀଙ୍କ ଇସ୍ତଫା! ଉତ୍ତରପ୍ରଦେଶ ଆସନ ଛାଡ଼ିଲେ, ଏବେ ମଧ୍ୟପ୍ରଦେଶରୁ ସାଂସଦ

ରାଜ୍ୟସଭାରୁ ହରଦୀପ ସିଂହ ପୁରୀଙ୍କ ଇସ୍ତଫା! ଉତ୍ତରପ୍ରଦେଶ...

ଉତ୍ତରପ୍ରଦେଶ ଆସନ ଛାଡ଼ିଲେ ହରଦୀପ ସିଂହ ପୁରୀ ରାଜ୍ୟସଭ...

ଦିଲ୍ଲୀରୁ ମେରଠ ମାତ୍ର ୫୦ ମିନିଟ୍‌ରୁ କମ୍‌ ସମୟରେ! ନଭେମ୍ବର ୧୬ରୁ ଚାଲିବ ୮ଟି ଫାଷ୍ଟ ନମୋ ଭାରତ ଟ୍ରେନ୍

ଦିଲ୍ଲୀରୁ ମେରଠ ମାତ୍ର ୫୦ ମିନିଟ୍‌ରୁ କମ୍‌...

ଦିଲ୍ଲୀ-ମେରଠ ଯାତ୍ରୀଙ୍କ ପାଇଁ ବଡ଼ ଖବର ଦିଲ୍ଲୀ ଏବଂ ମ...

ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍! କହିଲେ, ଆମେ ମୋଦିଙ୍କୁ ହରାଇବୁ, ଏହା ନିଶ୍ଚିତ

ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍! କହିଲେ,...

ହାଇଦ୍ରାବାଦରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ ତେଲେଙ୍ଗାନ...

NCP ମିଶ୍ରଣ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଲେ ସୁପ୍ରିୟା ସୁଲେ! କହିଲେ, ଅଜିତ ପାୱାରଙ୍କ ମୃତ୍ୟୁ ପରେ ଆଉ ଆଲୋଚନା ନାହିଁ

NCP ମିଶ୍ରଣ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଲେ ସୁପ୍ରିୟା...

କୌଣସି ପ୍ରସ୍ତାବ କିମ୍ବା ଯୋଗାଯୋଗ ଆସିନାହିଁ ଦୁଇ NCP...

ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳାକୁ ନେଇ ପାରିବାରିକ ବିବାଦ! ୧୯୯୩ର ଗିଫ୍ଟ ଡିଡ୍‌କୁ ଚ୍ୟାଲେଞ୍ଜ କଲେ ଭାଉଜ ରମୋଲା

ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳାକୁ ନେଇ ପାରିବାରିକ...

ମୁମ୍ବାଇ:ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବ...

ସନ୍ତାନ ନଥିବାରୁ ଅପମାନ କରୁଥିଲେ ସ୍ୱାମୀ! ଘରୋଇ କଳହରୁ ଉଗ୍ର ରୂପ, ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗରେ ସ୍ତ୍ରୀ ଗିରଫ

ସନ୍ତାନ ନଥିବାରୁ ଅପମାନ କରୁଥିଲେ ସ୍ୱାମୀ! ଘରୋଇ...

ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+