ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନକୁ ନେଇ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆନ୍ଦୋଳନରେ ସାମିଲ ହୋଇ ରୋଗୀ ସେବାରୁ ବିରତ ଥିବା ଡାକ୍ତରମାନଙ୍କ ବେତନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ଆନ୍ଦୋଳନରେ ଭାଗ ନେଇଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଆବଶ୍ୟକ ହେଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ସମ୍ପର୍କିତ ଚିଠି ସମସ୍ତ ସରକାରୀ ମେଡିକାଲ କଲେଜ, ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ସରକାର ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଥିବା ବେଳେ,ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ଆନ୍ଦୋଳନରୁ ଓହରିବାକୁ ମନା କରିଛି। ସଂଗଠନ କହିଛି ଯେ, ସେମାନଙ୍କ ୧୦ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
OMSAର ପ୍ରମୁଖ ଦାବି ମଧ୍ୟରେ ରହିଛିDynamic Assured Career Progression (DACP)ଯୋଜନାକୁ କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଲାଗୁ କରିବା, କ୍ୟାଡର ପୁନର୍ଗଠନ, ବିଶେଷଜ୍ଞ ଓ ସୁପର ସ୍ପେସିଆଲିଷ୍ଟ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ଭତ୍ତା ବୃଦ୍ଧି ଏବଂ ପୋଷ୍ଟମର୍ଟମ୍ ଭତ୍ତା ପ୍ରଚଳନ।
OMSAର ସଦସ୍ୟ ଡା. ସୌମ୍ୟରଞ୍ଜନ ନାୟକ କହିଛନ୍ତି ଯେ, ଗତ ଛଅ ମାସ ଧରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି ଆଲୋଚନା କିମ୍ବା ସମାଧାନର ପଦକ୍ଷେପ ନିଆଯାଇନଥିଲା। ଆନ୍ଦୋଳନ ଆରମ୍ଭ ହେବା ପରେ ସରକାର କେବଳ କଡ଼ା ପଦକ୍ଷେପ ନେଉଥିବା ଅଭିଯୋଗ ସେ କରିଛନ୍ତି।
ଅନ୍ୟପଟେ OMSA ସଭାପତି କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ଚୁକ୍ତିଭିତ୍ତିକ ଡାକ୍ତରମାନେ ଜରୁରୀକାଳୀନ ସେବା ସମ୍ଭାଳୁଛନ୍ତି। ସେମାନଙ୍କୁ ମଧ୍ୟ ଧମକ ଦିଆଯାଉଥିଲେ ଆନ୍ଦୋଳନରେ ସାମିଲ ହେବାକୁ OMSA ଆହ୍ୱାନ କରିଛି।
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...