ଗଞ୍ଜାମ ବନ୍ୟା ପ୍ରାକୃତିକ ନୁହେଁ, ମଣିଷକୃତ! ସରକାରଙ୍କୁ ଘେରିଲା କଂଗ୍ରେସ, ମାଗିଲା ୫ ହଜାର କୋଟିର ସହାୟତା

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ଗଞ୍ଜାମରେ ମଣିଷକୃତ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ।
Aravinda Das
Aravinda Das

ଭୁବନେଶ୍ୱର: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଜଳ ପରିଚାଳନା ବ୍ୟବସ୍ଥାକୁ ଦାୟୀ କରିଛି କଂଗ୍ରେସ। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ମଣିଷକୃତ ବନ୍ୟା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ।

ନଭେମ୍ବର ୯ ତାରିଖରେ ଏକ ସାମ୍ବାଦିକ ବୟାନରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବନ୍ୟା କ୍ଷୟକ୍ଷତିର ଭରଣା ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ପାଇଁ ୩ଟି ଦାବି ରଖିଛି।

ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ବନ୍ୟା: କଂଗ୍ରେସ

ଅରବିନ୍ଦ ଦାସ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅକ୍ଟୋବର ୨୩ ତାରିଖରୁ ପାଣିପାଗ ବିଭାଗ ବାରମ୍ବାର ସୂଚନା ଦେଇଥିଲା। ତଥାପି ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ନଦୀବନ୍ଧର ଗେଟ୍ କାହିଁକି ଖୋଲାଗଲା ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏହାସହ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଜଳସମ୍ପଦ ବିଭାଗର ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏକ ଭିଡିଓ ଦେଖାଇ ସରକାରଙ୍କୁ ଘେରିଛି କଂଗ୍ରେସ।

ଅରବିନ୍ଦଙ୍କ ଦାବି ଅନୁସାରେ, ପ୍ରାୟ ୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବା କଥା ଥିବାବେଳେ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ୧ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଥିଲା। ଏହାଦ୍ୱାରା ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହୋଇଥିବା ସେ ଅଭିଯୋଗ କରିଛନ୍ତି।

'ଜିରୋ କାଜୁଆଲଟି' ଘୋଷଣାକୁ ନେଇ ପ୍ରଶ୍ନ

ବାତ୍ୟା ଓ ବନ୍ୟା ପରିସ୍ଥିତି ନ ସରୁଣୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 'ଜିରୋ କାଜୁଆଲଟି' ଘୋଷଣାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି।

ଅରବିନ୍ଦ ଦାସଙ୍କ କହିବା ଅନୁସାରେ, ଦୁଇ ଚାଷୀଙ୍କ ଆତ୍ମହତ୍ୟା ଏବଂ ମାଟି ତଳେ ପୋତି ହୋଇ ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ନଜରରେ ରଖି କିପରି ଜିରୋ କାଜୁଆଲଟି କୁହାଯାଇପାରିବ? ଏହାସହ ପୂର୍ବ ସରକାର ସହ ତୁଳନା କରିବା ପରିବର୍ତ୍ତେ ଅଭିଜ୍ଞ ଅଧିକାରୀଙ୍କ ପରାମର୍ଶ ନେବାକୁ ସେ ବର୍ତ୍ତମାନର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

କଂଗ୍ରେସର ୩ଟି ବଡ଼ ଦାବି

ଗଞ୍ଜାମ ବନ୍ୟା ବିପର୍ଯ୍ୟୟକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ନିକଟରେ ତିନୋଟି ଦାବି ରଖିଛି।

1. ୫ ହଜାର କୋଟିର ସହାୟତା: ବନ୍ୟାରେ କୃଷି କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟି ଟଙ୍କାର ସହାୟତା ମାଗନ୍ତୁ। ରାଜ୍ୟ ସରକାର ପୂର୍ବରୁ ୨,୫୬୨ କୋଟି ଟଙ୍କା ମାଗିଥିବା କଂଗ୍ରେସ ଉଲ୍ଲେଖ କରିଛି।

2. ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବନ୍ୟା ବିପର୍ଯ୍ୟୟ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନିଆଯାଉ।

3. ଆନିକଟ୍‌ର ମରାମତି: ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆନିକଟ୍‌ଗୁଡ଼ିକର ତୁରନ୍ତ ମରାମତି କରାଯାଉ।

ଏବେ ଏହି ଅଭିଯୋଗ ଓ ଦାବିକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଉପରେ ନଜର ରହିଛି।

LIVE TV
LIVE
Latest News
ମହାରାଷ୍ଟ୍ର ବୋର୍ଡ ପରୀକ୍ଷା ୨୦୨୭ ତାରିଖ ଘୋଷଣା! ଫେବୃଆରୀ ୮ରୁ ଦ୍ୱାଦଶ, ୧୫ରୁ ଦଶମ ପରୀକ୍ଷା

ମହାରାଷ୍ଟ୍ର ବୋର୍ଡ ପରୀକ୍ଷା ୨୦୨୭ ତାରିଖ ଘୋଷଣା!...

ମୁମ୍ବାଇ: ମହାରାଷ୍ଟ୍ର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ...

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ! ଗମ୍ଭୀରଙ୍କ ସହ ରହିବେନି ବ୍ୟାଟିଂ ଓ ବୋଲିଂ କୋଚ୍

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼...

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ!...

ୟୁଥ୍ ଅଲିମ୍ପିକ୍ସରେ ଭାରତକୁ ଐତିହାସିକ ପଦକ! ୧୭ ବର୍ଷୀୟା ଶୌର୍ଯ୍ୟା ଆମ୍ବୁରେ ଜିତିଲେ ବ୍ରୋଞ୍ଜ

ୟୁଥ୍ ଅଲିମ୍ପିକ୍ସରେ ଭାରତକୁ ଐତିହାସିକ ପଦକ! ୧୭...

ୟୁଥ୍ ଅଲିମ୍ପିକ୍ସରେ ଭାରତକୁ ଐତିହାସିକ ପଦକ, ଶୌର୍ଯ୍ୟା ଆମ...

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା! ସଞ୍ଜୟଙ୍କୁ ଅଧିନାୟକ ଦାୟିତ୍ୱ, LA 2028 ଉପରେ ନଜର

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଦଳ...

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ପୁରୁଷ ହକି...

AI ସାହାଯ୍ୟରେ ଭୂତଳ ଜଳର ଆକଳନ କଲେ ସୁରଟର ଛାତ୍ର! ଜାତୀୟ ସ୍ତରରେ ହେଲେ ବିଜେତା

AI ସାହାଯ୍ୟରେ ଭୂତଳ ଜଳର ଆକଳନ କଲେ...

ପ୍ରତିଭାର କୌଣସି ବୟସ ନଥାଏ। ଏହାକୁ ପୁଣିଥରେ ପ୍ରମାଣ କରିଛ...

ସରିବ ଛୁଟି, ଖୋଲିବ ସ୍କୁଲ! ବିହାରରେ ୧୮ରୁ, ରାଜସ୍ଥାନରେ ୧୬ରୁ ଆରମ୍ଭ ହେବ ପାଠପଢ଼ା

ସରିବ ଛୁଟି, ଖୋଲିବ ସ୍କୁଲ! ବିହାରରେ ୧୮ରୁ,...

ନୂଆଦିଲ୍ଲୀ: ଦୀପାବଳି ଓ ଛଠ୍ ପୂଜା ପାଇଁ ଦୀର୍ଘ ଛୁଟି ପରେ...

ଦିଲ୍ଲୀ-NCRରେ ବଢ଼ିଲା ବାୟୁ ପ୍ରଦୂଷଣ! ବନ୍ଦ ହେବ କି ସ୍କୁଲ? AQI ୪୦୦ ନିକଟରେ

ଦିଲ୍ଲୀ-NCRରେ ବଢ଼ିଲା ବାୟୁ ପ୍ରଦୂଷଣ! ବନ୍ଦ ହେବ...

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ...

ଭାରତରେ ରହି ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କଲେ ଶେଖ୍ ହସିନା! ଡିସେମ୍ବରରେ ବାଂଲାଦେଶ ଫେରିବା ଯୋଜନା

ଭାରତରେ ରହି ନୂଆ ପାସପୋର୍ଟ ଓ ଜାତୀୟ...

ଭାରତରେ ରହି ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ୍ ହସିନା!...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+