ଓଡ଼ିଶାର ରାଜନୀତିରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏକାସାଙ୍ଗରେ ଦିଲ୍ଲୀ ଗସ୍ତ। ଉଭୟ ନେତା ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀ ମାଝୀ ଅପରାହ୍ନ ୩ଟା ୩୦ରେ ଦିଲ୍ଲୀ ଯିବାକୁ ଥିବାବେଳେ ନବୀନ ପଟ୍ଟନାୟକ ଦିନ ୧ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ନବୀନଙ୍କ ଗସ୍ତ ୭ ଦିନିଆ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଥମ ବିଭାଗୀୟ ସମ୍ମିଳନୀରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଯୋଜନା କରାଯାଇଥିବା ବିଭିନ୍ନ ବିଭାଗୀୟ ବୈଠକର ଏକ ଅଂଶ ଭାବେ ଏହି ସମ୍ମିଳନୀ ଆୟୋଜିତ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି କରି ଜାତୀୟ ପ୍ରାଥମିକତା ଏବଂ ବିଭିନ୍ନ ଯୋଜନାର ରୂପାୟଣକୁ ଅଧିକ ଗତିଶୀଳ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଦୁଇ ଦିନିଆ ବୈଠକରେ ଜଳ କ୍ଷେତ୍ର ସମ୍ପର୍କିତ ଚାରିଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଏଥିରେ ଜଳ ଭିତ୍ତିଭୂମି ପ୍ରକଳ୍ପର ସମୟୋଚିତ ରୂପାୟଣ, ‘ଜଳ ସଞ୍ଚୟ ଜନ ଭାଗିଦାରୀ-କ୍ୟାଚ୍ ଦ ରେନ୍’, ପାନୀୟ ଜଳ ଉତ୍ସର ସ୍ଥାୟିତ୍ୱ ଏବଂ ଜଳ ଜୀବନ ମିଶନ ୨.୦ ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ରହିଛି।
ଅନ୍ୟପକ୍ଷରେ, ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାତ ଦିନ ପାଇଁ ଦିଲ୍ଲୀ ଯାଉଛନ୍ତି। ଏହି ଗସ୍ତ ବ୍ୟକ୍ତିଗତ କାରଣରୁ ବୋଲି ପୂର୍ବରୁ ରିପୋର୍ଟ ହୋଇଥିଲେ ମଧ୍ୟ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଶେଷକରି MMDR ବିଲ୍କୁ ନେଇ ବିଜେଡିର ସାମ୍ପ୍ରତିକ ଆଭିମୁଖ୍ୟ ଯୋଗୁଁ ନବୀନଙ୍କ ଦିଲ୍ଲୀ ଗସ୍ତ ଉପରେ ନଜର ରହିଛି। ବିଜେଡି ଏହି ବିଲ୍କୁ ବିରୋଧ କରିଆସୁଛି। ସୋମବାର ଦଳ ପକ୍ଷରୁ ବିଲ୍ ବିରୋଧରେ ଆନ୍ଦୋଳନ ଏବଂ ଓଡ଼ିଶା ବନ୍ଦ ଡାକରା ଦିଆଯାଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।
ଏଭଳି ପରିସ୍ଥିତିରେ ଦିଲ୍ଲୀରେ ନବୀନ କୌଣସି ସାଂସଦଙ୍କ ସହ ଆଲୋଚନା କରିବେ କି ନାହିଁ, ସେନେଇ ଚର୍ଚ୍ଚା ହେଉଛି। ତେବେ ଏଭଳି କୌଣସି ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ମୁଖ୍ୟମନ୍ତ୍ରୀ ମାଝୀ ଓ ନବୀନ ପଟ୍ଟନାୟକଙ୍କ ସମୟକାଳୀନ ଦିଲ୍ଲୀ ଗସ୍ତକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ହେଉଛି। ଉଭୟ ନେତାଙ୍କ କୌଣସି ପରସ୍ପର ସାକ୍ଷାତ କିମ୍ବା ବିଶେଷ ରାଜନୈତିକ ବୈଠକ ହେବ କି ନାହିଁ, ତାହା ନେଇ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ସୂଚନା ନାହିଁ।
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...