ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସାହାରା ଟିକ୍ରା ଗ୍ରାମର ଜଣେ ଚାଷୀ ଧାନ ବିକ୍ରି ହୋଇନଥିବାରୁ ଚରମ ଆର୍ଥିକ ସଙ୍କଟରେ ପଡ଼ି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚାଷୀ ରୋହିତ ଭୋଇ ଭେଡେନରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ଦେଇ “ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ମାଗିଛନ୍ତି।
ରୋହିତଙ୍କ କହିବା ଅନୁସାରେ, ପୂର୍ବତନ ଖରିଫ ଋତୁରେ ସେ ବହୁ ପରିଶ୍ରମ କରି ଧାନ ଚାଷ କରିଥିଲେ ଏବଂ ପ୍ରାୟ ୨୨୦ ବୋରି ଧାନ ଉତ୍ପାଦନ କରିଥିଲେ। କିନ୍ତୁ ପ୍ରାୟ ଛଅ ମାସ କଟିଯାଇଥିଲେ ମଧ୍ୟ ସେହି ଧାନ ଏପର୍ଯ୍ୟନ୍ତ କ୍ରୟ ହୋଇନାହିଁ। ଏପଟେ ନୂଆ ଖରିଫ ଋତୁର ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୁରୁଣା ଧାନ ଗୋଦାମକୁ ଯାଇପାରିନଥିବାରୁ ସେ ଗଭୀର ଚିନ୍ତାରେ ରହିଛନ୍ତି।
ଚାଷୀ ରୋହିତ ଭୋଇ ଅଭିଯୋଗ କରିଛନ୍ତି ଯେ, ଧାନ ବିକ୍ରି ହୋଇନଥିବାରୁ ତାଙ୍କ ପରିବାର ଆର୍ଥିକ ଦୁର୍ଦ୍ଦଶାରେ ଦିନ କାଟୁଛି। ଘର ଚାଳାଇବା ଦୁର୍ହର ହୋଇପଡ଼ିଥିବାବେଳେ ଅସୁସ୍ଥ ବାପାଙ୍କ ଔଷଧ କିଣିବାକୁ ମଧ୍ୟ ଟଙ୍କା ନାହିଁ। ପିଲାମାନଙ୍କ ପଢ଼ାଶୁଣା ମଧ୍ୟ ପ୍ରଭାବିତ ହେଉଛି। ସମସ୍ୟାର ସମାଧାନ ପାଇଁ ସେ ଅନେକଥର ଜନଶୁଣାଣିରେ ଯୋଗ ଦେବା ସହ ଜିଲ୍ଲାପାଳଙ୍କୁ ଭେଟିଥିଲେ, କିନ୍ତୁ କୌଣସି ସମାଧାନ ମିଳିନଥିବାରୁ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ଏହି ଘଟଣା ପରେ ଅଞ୍ଚଳରେ ଚାଷୀ ସମସ୍ୟା, ଧାନ କ୍ରୟ ବିଳମ୍ବ ଓ ସରକାରୀ ସହାୟତା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଏପରିସ୍ଥିତିରେ ସ୍ଥାନୀୟ ବିଧାୟକ ନିହାର ମହାନନ୍ଦ ଚାଷୀମାନଙ୍କ ସମସ୍ୟାର ସମାଧାନ ଓ ଅର୍ଥ ପ୍ରଦାନ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ସେ କହିଛନ୍ତି ଯେ ରୋହିତ ଭୋଇଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ସହ ଆଲୋଚନା କରାଯିବ ଏବଂ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦିଆଯିବ।
ସୋମବାର ଭାରତୀୟ ଷ୍ଟକ୍ ବଜାର ସତର୍କ ଭାବେ କାରବାର ଆରମ୍ଭ କ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
HDFC ବ୍ୟାଙ୍କର ଶେୟର ସୋମବାର ବଜାର ଖୋଲିବା ପରେ ପ୍ରାୟ ୩%...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଆର୍ଥିକ ଚାପ ମଧ୍ୟରେ ସାଉଦ...
ଭାରତର ଅର୍ଥନୀତି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସି...