ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଗଣପର୍ବ ନୂଆଁଖାଇ ପାଇଁ ସବୁଠି ଉତ୍ସବର ମାହୋଲ। ନିଜ ଜନ୍ମମାଟିଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଏହି ପର୍ବ ପାଇଁ ଘରମୁହାଁ ହୋଇଛନ୍ତି। ପରିବାର, ସମ୍ପର୍କୀୟ ଓ ଗାଁ ଲୋକଙ୍କ ସହ ଏକାଠି ହୋଇ ନୂଆଁଖାଇ ପାଳନ କରିବାକୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ନୂଆଁଖାଇ କେବଳ ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାର ପର୍ବ ନୁହେଁ, ଏହା ଭାଇଚାରା, ଏକତା ଓ ସମ୍ପର୍କର ପର୍ବ ଭାବେ ମଧ୍ୟ ପରିଚିତ। ରାଗ, ରୋଷ ଓ ମନୋମାଳିନ୍ୟ ଭୁଲି ଲୋକେ ପରସ୍ପରକୁ ‘ଜୁହାର ଭେଟ’ ହୋଇ ଶୁଭେଚ୍ଛା ଜଣାଇଥାନ୍ତି।
ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ଡାହିମାଲ ଓ ଜଲିଆ ଗାଁ ଏହି ପରମ୍ପରାକୁ ଆହୁରି ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଗତ ପ୍ରାୟ ୮ ବର୍ଷ ଧରି ଦୁଇ ଗାଁର ପ୍ରାୟ ୧,୦୦୦ ପରିବାରର ୫,୦୦୦ ସଦସ୍ୟ ଏକାଠି ହୋଇ ସାମୂହିକ ନୂଆଁଖାଇ ପାଳନ କରୁଥିବା ସୂଚନା ମିଳିଛି।
ନୂଆଁଖାଇ ପୂର୍ବରୁ ଦୁଇ ଗାଁର ଗୌନ୍ତିଆମାନେ ବାଜା-ଗଜା ସହ ଗ୍ରାମଦେବୀଙ୍କ ପୂଜାର୍ଚ୍ଚନା କରି ତାଙ୍କ ଅନୁମତି ନେଇଥାନ୍ତି। ପରେ ଗ୍ରାମର ଝାଙ୍କର ଓ ଗୌନ୍ତିଆ ଘର ଘର ବୁଲି ଲୋକଙ୍କୁ ସାମୂହିକ ନୂଆଁଖାଇରେ ଯୋଗଦେବାକୁ ନିମନ୍ତ୍ରଣ କରନ୍ତି।
ନିମନ୍ତ୍ରଣ ପାଇବା ପରେ ଗାଁର ଲୋକମାନେ ଭେଦଭାବ ଭୁଲି ଏକାଠି ବସି ନୂଆଁ ଖାଇଥାନ୍ତି। ଏହି ସାମୂହିକ ଆୟୋଜନରେ ମହିଳାମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଚଳିତବର୍ଷ ମଧ୍ୟ ଡାହିମାଲ ଓ ଜଲିଆ ଗାଁରେ ସାମୂହିକ ନୂଆଁଖାଇ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନୂଆଁଖାଇ ଦିନ ଦୁଇ ଗାଁର ଲୋକେ ଏକାଠି ହୋଇ ନୂଆ ଧାନର ଅନ୍ନ ଗ୍ରହଣ କରିବେ। ଏହି ପରମ୍ପରା ପଶ୍ଚିମ ଓଡ଼ିଶାର ଏକତା, ଭାଇଚାରା ଓ ସାମାଜିକ ସମ୍ପର୍କର ଏକ ସୁନ୍ଦର ଉଦାହରଣ ହୋଇଛି।
Tata Groupର ହୋଲ୍ଡିଂ କମ୍ପାନୀTata Sonsକୁ ପ୍ରାଇଭେଟ୍ ର...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସ...
ମହିଳା ଏସିଆ କପ୍‌ ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନ୍&z...
ମହିଳା ଏସିଆ କପ୍‌ରେ ଭାରତୀୟ ମହିଳା ଦଳ ପୁଣିଥରେ ନିଜ...
BRICS ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ କାରବାରରେ ଡ...
ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଚାଲିଲା...
ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମିଳନୀର ପ୍ରଥମ ଦିନ ଅନ୍...
BRICS ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ରୁଷ୍ ରାଷ୍ଟ୍ରପତି...
ଭାରତକୁଲ୍ୟାବ୍ରେ ତିଆରି ହୀରା (Lab-grown Diamonds)ବ୍ୟବ...
ଭାରତର ଅନ୍ୟତମ ବଡ଼ ବ୍ୟବସାୟିକ ଗ୍ରୁପ୍Tata Groupର ହୋଲ୍ଡ...
ଜୁନିୟର ଏସିଆ କପ୍‌ ହକିରେ ଭାରତୀୟ ଦଳର ଦବଦବା ଦେଖିବ...