ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସୃଷ୍ଟି ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ କାନାଡା ଆମେରିକା ସହ ଏକ ଚୁକ୍ତି କରିବାକୁ ଚାହୁଁଛି ଏବଂ ଏହା ଖୁବଶୀଘ୍ର ହୋଇପାରେ।
ଆୟର୍ଲାଣ୍ଡର ଡବ୍ଲିନ୍ରେ ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନ୍ଙ୍କ ସହ ସାକ୍ଷାତ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ ଯେକାନାଡା ଏହି ଚୁକ୍ତି ପାଇଁ ‘ବହୁତ ଆଗ୍ରହୀ’। ସେ କହିଛନ୍ତି ଯେ ଖୁବଶୀଘ୍ର ଆମେରିକା-କାନାଡା ମଧ୍ୟରେ ଏକ ଚୁକ୍ତି ଦେଖିବାକୁ ମିଳିପାରେ।
ତେବେ ଚୁକ୍ତି ଆଲୋଚନା ମଧ୍ୟରେ ଟ୍ରମ୍ପ ଆମେରିକୀୟ କୃଷକଙ୍କ ସ୍ୱାର୍ଥର ପ୍ରସଙ୍ଗ ଉଠାଇଛନ୍ତି। କାନାଡା ଆମେରିକୀୟ କୃଷକଙ୍କ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କାନାଡାକୁ ଆମେରିକୀୟ କୃଷକଙ୍କ ପ୍ରତି ଅଧିକ ନ୍ୟାୟସଙ୍ଗତ ବ୍ୟବହାର କରିବାକୁ ପଡ଼ିବ ବୋଲି ଟ୍ରମ୍ପ ଜୋର ଦେଇଛନ୍ତି।
ଆମେରିକା ଓ କାନାଡା ମଧ୍ୟରେ ଶୁଳ୍କକୁ ନେଇ ଦୀର୍ଘଦିନ ଧରି ତଣାପୋଡ଼ ଚାଲିଛି। ସେପ୍ଟେମ୍ବରରେ ମଧ୍ୟ ଦୁଇ ଦେଶର ଅଧିକାରୀମାନେ ବାଣିଜ୍ୟ ସମ୍ପର୍କିତ ପ୍ରସଙ୍ଗରେ ଯୋଗାଯୋଗ ଜାରି ରଖିଥିବା ଜଣାପଡ଼ିଛି। କାନାଡାର ବାଣିଜ୍ୟ ମନ୍ତ୍ରୀ ଡୋମିନିକ୍ ଲେବ୍ଲାଙ୍କ କହିଛନ୍ତି ଯେ ଦୁଇ ପକ୍ଷର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି, ଯଦିଓ ବର୍ତ୍ତମାନ ଔପଚାରିକ ବାଣିଜ୍ୟ ଆଲୋଚନା ଚାଲୁନାହିଁ।
ତେଣୁ ଟ୍ରମ୍ପଙ୍କ ନୂଆ ବୟାନ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ତଣାପୋଡ଼କୁ ହ୍ରାସ କରିବା ଦିଗରେ ଏକ ସଙ୍କେତ ଭାବେ ଦେଖାଯାଉଛି। ତେବେ ଚୁକ୍ତିର ସର୍ତ୍ତ ଓ ସମୟସୀମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ଘୋଷଣା ହୋଇନାହିଁ।
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବଢ଼ୁଥିବା ଗୁଳିକାଣ୍ଡ ଘଟଣ...
ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଭିଜିଲାନ୍ସର...
କଦଳୀକୁ ସାଧାରଣତଃ ସ୍ୱାସ୍ଥ୍ୟକର ଫଳ ଭାବେ ଲୋକେ ଖାଇଥାନ୍ତି...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...
ରୋଗୀ ସାଜି ଘରେ ପଶିଲେ, ଚିକିତ୍ସା କରାଇବା ବାହାନାରେ କବାଟ...
ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେବାକୁ ନ...