ପଶ୍ଚିମ ଓଡ଼ିଶାର ସର୍ବବୃହତ କୃଷିଭିତ୍ତିକ ପର୍ବନୂଆଖାଇପାଳନ ପାଇଁ ବଲାଙ୍ଗିର ଜିଲ୍ଲାର ଶୁଭ ସମୟ ଘୋଷଣା କରାଯାଇଛି। ପାଟଣା ମହାରାଜାଙ୍କଶୈଳଶ୍ରୀ ପ୍ରାସାଦପକ୍ଷରୁ ଘୋଷିତ ସୂଚନା ଅନୁଯାୟୀ, ଚଳିତ ବର୍ଷସେପ୍ଟେମ୍ବର ୧୫ତାରିଖରେ ନୂଆଖାଇ ପାଳନ କରାଯିବ।
ଏହି ଦିନସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ ପର୍ଯ୍ୟନ୍ତ‘ଅମୃତ ବେଳା’ ନିର୍ଦ୍ଧାରଣ କରାଯାଇଛି। ଏହି ଶୁଭ ସମୟରେ ଚାଷୀ ଓ ଭକ୍ତମାନେ ନୂତନ ଅମଳ ଧାନରୁ ପ୍ରସ୍ତୁତନବାନ୍ନପ୍ରଥମେ ନିଜ ଇଷ୍ଟଦେବତାଙ୍କୁ ଅର୍ପଣ କରିବେ। ପରେ ପରିବାର ସଦସ୍ୟଙ୍କ ସହ ନୂଆ ଧାନର ଅନ୍ନ ଗ୍ରହଣ କରି ପର୍ବକୁ ଆରମ୍ଭ କରାଯିବ।
ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ କୃଷିଭିତ୍ତିକ ପର୍ବ। ଏହା ନୂତନ ଫସଲକୁ ସ୍ୱାଗତ କରିବା ସହ ପ୍ରକୃତି, କୃଷକ ଏବଂ କୃଷି ପ୍ରତି କୃତଜ୍ଞତାର ପ୍ରତୀକ ଭାବେ ପାଳନ କରାଯାଏ।
ବଲାଙ୍ଗିରରେ ପାଟଣା ରାଜପରିବାର ପକ୍ଷରୁ ଶୁଭ ସମୟ ଘୋଷଣା କରିବା ଏକ ଦୀର୍ଘ ପରମ୍ପରା। ପ୍ରତିବର୍ଷ ଏହି ଘୋଷଣା ପରେ ଜିଲ୍ଲାବାସୀ ନୂଆଖାଇ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି।
ଚଳିତ ବର୍ଷ ମଧ୍ୟ ଶୁଭ ସମୟ ଘୋଷଣା ପରେ ବଲାଙ୍ଗିର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଖାଇ ପାଇଁ ଉତ୍ସବମୁଖର ପରିବେଶ ସୃଷ୍ଟି ହେବା ସହ ପାରମ୍ପରିକ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପରିବାରିକ ମିଳନର ପ୍ରସ୍ତୁତି ଜୋରଦାର ହେବ।
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...
ଆଇପିଏଲ୍-୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଚିନ୍ତାଜ...
ଚଳିତ ବର୍ଷ ଡିସେମ୍ବରରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦକ୍ଷ...
ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପ...
ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ...
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ଏ...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...