ଆଇପିଏଲ୍-୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଟ୍ରେଡ୍ କରିପାରେ ବୋଲି ବିଭିନ୍ନ ମହଳରେ ଆଲୋଚନା ହେଉଛି।
ଏହି ସମୟରେ ଭାରତୀୟ ଦଳର ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, କୋଲକାତା ନାଇଟ୍ ରାଇଡର୍ସ (KKR) ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବାକୁ ଚାହେଁ, ତେବେ ମୁମ୍ବାଇ ଇଣ୍ଡିଆନ୍ସ ବଦଳରେ ରିଙ୍କୁ ସିଂହ ଓ ହର୍ଷିତ ରାଣାଙ୍କୁ ପାଇବା ଉଚିତ୍।
ଅଶ୍ୱିନଙ୍କ ମତରେ, ଏଭଳି ଟ୍ରେଡ୍ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଦଳ ଅଧିକ ସନ୍ତୁଳିତ ଓ ଶକ୍ତିଶାଳୀ ହେବ। ସେ କହିଛନ୍ତି, ଯେକୌଣସି ଟ୍ରେଡ୍ ସମୟରେ କେବଳ ନିଜ ଦଳର ଲାଭ ନୁହେଁ, ପ୍ରତିପକ୍ଷ ଦଳ କେତେ ଶକ୍ତିଶାଳୀ ହେବ ସେଥିରେ ମଧ୍ୟ ଧ୍ୟାନ ଦେବା ଦରକାର।
ଯଦି ହାର୍ଦ୍ଦିକ କେକେଆର୍ରେ ଯୋଗ ଦିଅନ୍ତି, ତେବେ ଦଳର ବ୍ୟାଟିଂ ଓ ଅଲରାଉଣ୍ଡ ବିଭାଗ ଆହୁରି ମଜବୁତ ହେବ ବୋଲି ଅଶ୍ୱିନ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲ୍-୨୦୨୬ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା। ସେ ୧୦ଟି ମ୍ୟାଚ୍ରେ ୨୦୬ ରନ୍ କରିବା ସହ ମାତ୍ର ୪ଟି ୱିକେଟ୍ ନେଇଥିଲେ। ତେବେ ତାଙ୍କ ଟ୍ରେଡ୍କୁ ନେଇ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ, କେକେଆର୍, ସିଏସକେ କିମ୍ବା ଆଇପିଏଲ୍ ପକ୍ଷରୁ କୌଣସି ସରକାରୀ ଘୋଷଣା ହୋଇନାହିଁ।
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ସାରା ଦେଶ...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...