ଭାରତୀୟ ମହିଳା କ୍ରିକେଟ୍ରେ ନିକି ପ୍ରସାଦଙ୍କ ନୂଆ ଅଧ୍ୟାୟ ଦମଦାର ଭାବେ ଆରମ୍ଭ ହୋଇଛି। ଜିମ୍ବାୱେ ବିପକ୍ଷ ରାୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ନିକି ସିନିୟର ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ। ତାଙ୍କୁ ଅଧିନାୟକ ସ୍ମୃତି ମନ୍ଧାନା ଭାରତୀୟ ଦଳର କ୍ୟାପ୍ ପ୍ରଦାନ କରିଥିଲେ।
ମ୍ୟାଚ୍ରେ ଭାରତ ୧୧୫ ରନ୍ର ଲକ୍ଷ୍ୟ ପିଛା କରୁଥିବା ବେଳେ ମାତ୍ର ୧୯ ରନ୍ରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ନିକି ପ୍ରସାଦ ଓ ଅଭିଜ୍ଞ ଅଲରାଉଣ୍ଡର ଦୀପ୍ତି ଶର୍ମା ମିଶି ୮୨ ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ଗଢ଼ିଥିଲେ। ଦୀପ୍ତି ୪୯ ରନ୍ କରିଥିବା ବେଳେ ନିକି ୩୫ ବଲ୍ରେ ଅପରାଜିତ ୩୯ ରନ୍ କରି ଭାରତକୁ ବିଜୟ ଦେଇଥିଲେ। ନିକି ହିଁ ବାଉଣ୍ଡାରୀ ମାରି ମ୍ୟାଚ୍ ଶେଷ କରିଥିଲେ।
ମ୍ୟାଚ୍ ପରେ ନିକିଙ୍କ ପ୍ରଦର୍ଶନକୁ ଦୀପ୍ତି ଶର୍ମା ଖୁବ ପ୍ରଶଂସା କରିଥିଲେ। ଦୀପ୍ତିଙ୍କ କହିବା ଅନୁସାରେ, ନିକିଙ୍କ ବ୍ୟାଟିଂ ଦେଖି ଆଦୌ ଲାଗୁନଥିଲା ଯେ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି। ଚାପ ମଧ୍ୟରେ ତାଙ୍କ ଆତ୍ମବିଶ୍ୱାସ ଓ ସଂଯମ ଉଲ୍ଲେଖନୀୟ ଥିଲା ବୋଲି ଦୀପ୍ତି କହିଛନ୍ତି।
ଏହି ବିଜୟ ସହ ୩ ମ୍ୟାଚ୍ର ଟି-୨୦ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି। ଏହା ସ୍ମୃତି ମନ୍ଧାନାଙ୍କ ପୂର୍ଣ୍ଣକାଳୀନ ଟି-୨୦ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍ର ବିଜୟ ମଧ୍ୟ।
ନୂଆଦିଲ୍ଲୀ/କୋଲକାତା: ଦୁର୍ଗାପୂଜା ଭଳି ପର୍ବପର୍ବାଣୀ ସମୟର...
ନୂଆଦିଲ୍ଲୀ:PM CARES for Children ଯୋଜନା ଅଧୀନରେ ସ୍କଲା...
ନୂଆଦିଲ୍ଲୀ:NEET-MDS 2026 ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପ...
ନୂଆଦିଲ୍ଲୀ:UGC NET December 2026 ପରୀକ୍ଷାର୍ଥୀଙ୍କ ପାଇ...
ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଷ୍ଟାଡିୟମ ନିର୍ମାଣକୁ ନେଇ ଉଠ...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଟକ ଜଗତପୁର ମହ...
ନୂଆଦିଲ୍ଲୀ:ଫ୍ୟାଟି ଲିଭର ବର୍ତ୍ତମାନ ଏକ ସାଧାରଣ ସ୍ୱାସ୍ଥ୍...
କେରଳ: ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନ ପାଇଁ ବ...