ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢ଼ିବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା କିଛି ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପରିସ୍ଥ ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ସମଗ୍ର ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅଗଷ୍ଟ ୧୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିପାରେ।
ଅଗଷ୍ଟ ୧୫ ଓ ୧୬ ତାରିଖରେ ମଧ୍ୟ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି ଏବଂ ଏହାର ପ୍ରଭାବରେ ଅଗଷ୍ଟ ୧୨ ସୁଦ୍ଧା ଏକ ନୂଆ ଲଘୁଚାପ ସୃଷ୍ଟି ହୋଇପାରେ।
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବ...
ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...
ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...