ନେପାଳରେ ଭୟଙ୍କର ବନ୍ୟା ମଧ୍ୟରେ ବରଗଡ଼ର ୩ ଜଣ ଓଡ଼ିଆ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରେ ଜଣେ ଦମ୍ପତି ଓ ସେମାନଙ୍କ ୨ ବର୍ଷର ଝିଅ ରହିଛନ୍ତି। ସେମାନଙ୍କ ପରିଚୟ ଗୁନ୍ନମ ଜୟକୃଷ୍ଣ, ତାଙ୍କ ପତ୍ନୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କ ୨ ବର୍ଷର ଝିଅ ବୋଲି ଜଣାପଡ଼ିଛି। ସେମାନେ ବରଗଡ଼ ଜିଲ୍ଲାର ସରଳ ଜାମପାଲି ଅଞ୍ଚଳର ବାସିନ୍ଦା।
ଜୟକୃଷ୍ଣ ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ। ସେ ସେଠାରେ ନିଜ ପରିବାର ସହ ରହୁଥିଲେ। ନେପାଳରେ ବନ୍ୟା ପରିସ୍ଥିତି ଭୟଙ୍କର ହେବା ପରେ ପରିବାର ଲୋକେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଲଗାତାର ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।
ଘଟଣା ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସୂଚନା ଦେଇଛନ୍ତି। ସରଳ ଜାମପାଲିର ଏହି ପରିବାର ନେପାଳରେ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଓଡ଼ିଶା ସରକାରଙ୍କୁ ଅବଗତ କରିଛି।
ନିଖୋଜ ପରିବାରର ସଦସ୍ୟମାନଙ୍କ ସହ ପ୍ରଶାସନ ନିରନ୍ତର ଯୋଗାଯୋଗରେ ରହିଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସ୍ତରରେ ମଧ୍ୟ ପ୍ରୟାସ ଚାଲିଥିବା ଜିଲ୍ଲାପାଳ କହିଛନ୍ତି।
ଏହା ପୂର୍ବରୁ ଖୋର୍ଦ୍ଧାର ୨ ଜଣ ପର୍ଯ୍ୟଟକ ମଧ୍ୟ ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ନିଖୋଜ ଥିବା ଖବର ଆସିଥିଲା। ଏହାକୁ ମିଶାଇ ନେପାଳ ବନ୍ୟାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
ନିଖୋଜ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ଜାରି ରହିଛି।
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ୧୩ଟି ଜିଲ୍ଲାର ୧...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ...