ଭୁବନେଶ୍ୱରରନନ୍ଦନକାନନ ଜୁଲୋଜିକାଲ ପାର୍କରେ ଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ଦିଆଯିବ ମ୍ୟୁଜିକ୍ ଥେରାପି।ଭୋଗରାଇରୁ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍ମାନେ ବର୍ତ୍ତମାନ ଷ୍ଟ୍ରେସ୍ରେ ଥିବାରୁ ସେମାନଙ୍କ ରକ୍ତ ଓ ଅନ୍ୟ ନମୁନା ସଂଗ୍ରହ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି।
ଗୁରୁବାର ନମୁନା ସଂଗ୍ରହ କରାଯିବାର ଥିଲା। କିନ୍ତୁସେଣ୍ଟର ଅଫ୍ ୱାଇଲ୍ଡଲାଇଫ୍ ହେଲ୍ଥ କମିଟିର ପରାମର୍ଶ ପରେ ଏହାକୁ ବନ୍ଦ ରଖାଯାଇଛି।ଓରାଙ୍ଗଉଟାନ୍ମାନେ ଷ୍ଟ୍ରେସ୍ମୁକ୍ତ ହେବା ପରେ ହିଁ ନମୁନା ସଂଗ୍ରହ କରିବାକୁ କମିଟି ପରାମର୍ଶ ଦେଇଛି।
ଓରାଙ୍ଗଉଟାନ୍ମାନଙ୍କୁ ନୂଆ ପରିବେଶ ସହ ଖାପ ଖୁଆଇବା ପାଇଁ ଆହୁରି୭ରୁ ୮ ଦିନ ସମୟଦେବାକୁ ପରାମର୍ଶ ମିଳିଛି। ସେମାନେ ଷ୍ଟ୍ରେସ୍ମୁକ୍ତ ହେବା ପରେ ପ୍ରାୟ ୧୦ ଦିନ ପରେ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକପ୍ରଦୀପ ମିରାସେକହିଛନ୍ତି।
ଓରାଙ୍ଗଉଟାନ୍ମାନଙ୍କ ମାନସିକ ସ୍ଥିତି ଓ ବ୍ୟବହାର ଉପରେ ନଜର ରଖିବା ପାଇଁମହୀଶୂର ଜୁର ବିଶେଷଜ୍ଞମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶନିଆଯିବ।
ବିଶେଷଜ୍ଞମାନେ ଭିଡିଓ ମାଧ୍ୟମରେ ୫ଟି ଓରାଙ୍ଗଉଟାନ୍ର ବ୍ୟବହାର ଦେଖି ସେମାନଙ୍କ ମାନସିକ ସ୍ଥିତିର ମୂଲ୍ୟାଙ୍କନ କରିବେ।
ଓରାଙ୍ଗଉଟାନ୍ମାନଙ୍କ ଷ୍ଟ୍ରେସ୍ କମାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବିଭିନ୍ନଖେଳନା ଓ ଅନ୍ୟ ସାମଗ୍ରୀଯୋଗାଇ ଦେଇଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନଙ୍କ ପାଇଁ ଏକଦୋଳି ମଧ୍ୟ ଲଗାଯାଇଛି।
ଏହାସହ ସେମାନଙ୍କ ମାନସିକ ଚାପ କମାଇବା ପାଇଁଶାସ୍ତ୍ରୀୟ ସଙ୍ଗୀତ ବଜାଯିବ।ନୂଆ ପରିବେଶରେ ଓରାଙ୍ଗଉଟାନ୍ମାନେ ଯେପରି ଧୀରେ ଧୀରେ ସ୍ୱାଭାବିକ ହୋଇପାରିବେ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।
ନମୁନା ସଂଗ୍ରହ ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିକୁ ପ୍ରାଥମିକତା ଦିଆଯାଉଛି।
ଅନ୍ୟପକ୍ଷରେ, ଭୋଗରାଇରୁ ଉଦ୍ଧାର ହୋଇଥିବା ଏହି ୫ଟି ଓରାଙ୍ଗଉଟାନ୍କୁ ନେଇ ତଦନ୍ତ ମଧ୍ୟ ଜାରି ରହିଛି। ସେମାନଙ୍କୁ କିଏ ଓ କେଉଁଠାରୁ ଓଡ଼ିଶାକୁ ଆଣିଥିଲା, ଏବଂ ଏହି ଘଟଣାରେ କୌଣସି ବନ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେନେଇ ଅଧିକାରୀମାନେ ତଦନ୍ତ କରୁଛନ୍ତି।
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...