ନବରଙ୍ଗପୁରରେ ପ୍ରସ୍ତାବିତ ପରମାଣୁ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ତେନ୍ତୁଳିଖୁଣ୍ଟି ବ୍ଲକ୍ର ପୂଜାରୀଗୁଡ଼ା ଅଞ୍ଚଳରେ NTPC ପକ୍ଷରୁ ସର୍ଭେ ଓ ମାଟି ପରୀକ୍ଷା କରାଯାଉଥିବା ଆଟମିକ୍ ପାୱାର ପ୍ରୋଜେକ୍ଟ ରେଜିଷ୍ଟାନ୍ସ ସଂଘର୍ଷ ସମିତି ଅଭିଯୋଗ କରିଛି। ପ୍ରକଳ୍ପ ପାଇଁ ପ୍ରାୟ ୬୦୦ ହେକ୍ଟର ଜମି ଚିହ୍ନଟ ହୋଇଥିବା ମଧ୍ୟ ସମିତି ଦାବି କରିଛି।
ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କିମ୍ବା ଅନ୍ୟ କୌଣସି ପଦକ୍ଷେପ ଗ୍ରାମସଭାର ଅନୁମୋଦନ ବିନା ନିଆଯିବାକୁ ସମିତି ବିରୋଧ କରିଛି। ପ୍ରକଳ୍ପ ଦ୍ୱାରା ପରିବେଶ, କୃଷି, ଜଙ୍ଗଲ ଓ ଜଳଭଣ୍ଡାର ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପରିବେଶ ସୁରକ୍ଷାର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ପ୍ରକଳ୍ପ ବିରୋଧରେ ପ୍ରତିରୋଧ ସଂଗ୍ରାମ ସମିତି ମାଧ୍ୟମରେ ଆନ୍ଦୋଳନ କରାଯିବ।
ତେବେ ଏହି ପ୍ରକଳ୍ପ ସମ୍ପର୍କରେ ସମିତି କରିଥିବା ଦାବି, NTPCର କଥିତ ସର୍ଭେ କିମ୍ବା ଜମି ଚିହ୍ନଟ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟି ମିଳିନାହିଁ।
ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ କହିଛନ୍ତି ଯେ ତାଙ୍କ ପାଖକୁ ଏପର୍ଯ୍ୟନ୍ତ ଏଭଳି କୌଣସି ରିପୋର୍ଟ କିମ୍ବା ସୂଚନା ଆସିନାହିଁ। ଯଦି ଏଭଳି କୌଣସି ପ୍ରସ୍ତାବ ଥାଏ, ତେବେ ଗ୍ରାମସଭା ଓ ପଲ୍ଲୀସଭାରେ ଆଲୋଚନା କରି ଅନୁମୋଦନ ନେବା ପରେ ହିଁ ଆଗକୁ ବଢ଼ାଯିବ ବୋଲି ସେ କହିଛନ୍ତି।
ପ୍ରକଳ୍ପ ସମ୍ପର୍କରେ ଆନୁଷ୍ଠାନିକ ସ୍ପଷ୍ଟତା ଆସିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ଆଶଙ୍କା ଓ ବିରୋଧ ଜାରି ରହିବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡରହାର୍ଦ୍ଦିକ ପାଣ୍ଡ୍ୟାଙ୍କ...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ୨୩ ବର୍ଷରୁ କମ୍&zwnj...
ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ଏବଂ ରେଳ ସଂଯୋଗକୁ ଆହୁ...
ଆଇପିଏଲ୍‌ ୨୦୨୭ ନିଲାମକୁ ଆହୁରି କିଛି ମାସ ବାକି ଥିବ...
ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିବାର ସମ୍ଭାବନା ରହ...
ବିରାଟ କୋହଲିଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ରେକର୍ଡର ଅପେକ୍ଷା...