ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସଜାଗ ହୋଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିକାରମୂଳକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ବିଶେଷ କରି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ବିଡିଓ ଓ ତହସିଲଦାରମାନେ ବିଭିନ୍ନ ସ୍ଥାନକୁ ଯାଇ ପ୍ରତିକାରମୂଳକ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ଏହା ସହ ଗାଁଗାଁରେ ଲୋକଙ୍କୁ ବାତ୍ୟା ସମୟରେ ସତର୍କ ରହିବା ଏବଂ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ସଚେତନ କରାଯାଉଛି।
ଅନ୍ୟପଟେ ଜରୁରୀ ପରିସ୍ଥିତି ଓ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତିର ମରାମତି ଓ ଯାଞ୍ଚ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଜିଲ୍ଲାସ୍ତରରେ ନିୟମିତ ବୈଠକ କରାଯାଇ ପ୍ରସ୍ତୁତିର ସମୀକ୍ଷା ହେଉଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ଏବଂ କେବଳ ସରକାରୀ ଓ ଅଧିକୃତ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ଭାରତୀୟ ଇଲେକ୍ଟ୍ରିକ୍ କାର୍ ବଜାରରେ Tesla ପାଇଁ ବଡ଼ ଖବର।...
ପର୍ବପର୍ବାଣୀ ଓ ବିବାହ ଋତୁ ଆଗକୁ ଥିବାରୁ ଭାରତୀୟ ବଜାରରେ...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ପ...
ମୁମ୍ବାଇ/ଭୁବନେଶ୍ୱର: ଭାରତର ଆର୍ଥିକ ଓ ଡିଜିଟାଲ୍ ଭିତ୍ତିଭ...
ନୂଆଦିଲ୍ଲୀ: ଦେଶର କମ୍ପାନୀଗୁଡ଼ିକ ପାଇଁ Annual Filing ନ...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...