ଭାରତୀୟ ଇଲେକ୍ଟ୍ରିକ୍ କାର୍ ବଜାରରେ Tesla ପାଇଁ ବଡ଼ ଖବର। Tesla India Motors and Energy FY26ରେ₹୫.୧୬ କୋଟି net profitରେକର୍ଡ କରିଛି। ଏହା ସେହି ଆର୍ଥିକ ବର୍ଷ, ଯେଉଁଥିରେ ଭାରତରେ ପ୍ରଥମ ଥର Teslaର vehicle sales କମ୍ପାନୀର revenueରେ ଯୋଗ ହୋଇଛି।
କମ୍ପାନୀର FY26 revenue₹୨୪୭.୩୧ କୋଟିରହିଛି, ଯାହା FY25ର ₹୨୦.୮୩ କୋଟି ତୁଳନାରେ ପ୍ରାୟ ୧୨ ଗୁଣ ବୃଦ୍ଧି। ସେହିପରି net profit FY25ର ₹୫୫.୪୯ ଲକ୍ଷରୁ ବଢ଼ି ₹୫.୧୬ କୋଟିରେ ପହଞ୍ଚିଛି।
FY26ରେ Tesla Indiaର vehicle salesରୁ₹୨୧୪.୬୯ କୋଟିଆୟ ହୋଇଛି, ଯାହା ମୋଟ revenueର ପ୍ରାୟ ୮୭%। ଅନ୍ୟପଟେ servicesରୁ ₹୩୨.୪୦ କୋଟି ଆୟ ହୋଇଛି।
Tesla ୨୦୨୫ ମସିହା ଜୁଲାଇରେ ମୁମ୍ବାଇରେ ନିଜର ପ୍ରଥମ showroom ଖୋଲି ଭାରତରେ Model Y ବିକ୍ରି ଆରମ୍ଭ କରିଥିଲା। ୨୦୨୫ ସେପ୍ଟେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ୩୪୬ଟି Tesla ଗାଡ଼ି registration ହୋଇଥିବା ବେଳେ, FY27ର ପ୍ରଥମ ୬ ମାସରେ ଏହି ସଂଖ୍ୟା ୬୫୦ରେ ପହଞ୍ଚିଛି।
ଭାରତୀୟ ବ୍ୟବସାୟକୁ ବଢ଼ାଇବା ପାଇଁ Tesla FY26ରେ ନିଜର ଭାରତୀୟ entityରେ ପ୍ରାୟ₹୮୬ କୋଟିନୂଆ capital ନିବେଶ କରିଛି। ଏହା ସହିତ property, plant and equipment ଏବଂ capital work-in-progress ଉପରେ cash expenditure ମଧ୍ୟ ବଢ଼ିଛି।
ତେବେ ଭାରତରେ Teslaର ବ୍ୟବସାୟ ଏବେବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଗାଡ଼ି ବିକ୍ରି ବଢ଼ୁଥିବା ସଙ୍କେତ ମିଳୁଥିଲେ ମଧ୍ୟ, ଆଗାମୀ ଦିନରେ ବଡ଼ ବିକ୍ରି volume ହାସଲ କରି ଏହି profitକୁ ଦୀର୍ଘମିଆଦୀ ଭାବେ ବଜାୟ ରଖିବା Tesla ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
ଭାରତୀୟ କ୍ରିକେଟ୍ ଦଳକୁ ଦୀର୍ଘ ୪ ବର୍ଷ ପରେ ଫେରିଥିବା ଭୁବ...
ପାଟନା: କଂଗ୍ରେସ ଅଧ୍ୟକ୍ଷମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମ...
ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା T20I ସିରିଜ୍‌ରେ ଭା...
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଲମ୍ବା ଟୁର୍‌କୁ ନେଇ...
ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବଡ଼ ରାଜନ...
Tata Sonsକୁ ନେଇ କାହିଁକି ଚର୍ଚ୍ଚା? Tata Sons ହେଉଛ...
ମେଣ୍ଟ ଉପରେ ଅନ୍ତିମ ନିଷ୍ପତ୍ତି ହାଇକମାଣ୍ଡର SAD ସହ ପ...