ଜାପାନରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି। ଫାଇନାଲରେ ଭାରତ ୧-୦ ଗୋଲ୍ରେ ଚୀନ୍କୁ ପରାସ୍ତ କରିଥିଲା। ଲାଲରେମସିଆମି ୧୦ମ ମିନିଟ୍ରେ ମ୍ୟାଚ୍ର ଏକମାତ୍ର ଗୋଲ୍ କରି ଭାରତକୁ ସ୍ୱର୍ଣ୍ଣ ଦେଇଥିଲେ।
ଏହି ଐତିହାସିକ ବିଜୟରେ ମିଜୋରାମର ଲାଲରେମସିଆମି ଓ ଲାଲଥାନ୍ତଲୁଆଙ୍ଗିଙ୍କ ଅବଦାନକୁ ସମ୍ମାନ ଜଣାଇ ମିଜୋରାମ ସରକାର ପ୍ରତ୍ୟେକ ଖେଳାଳିଙ୍କୁ୪୦ ଲକ୍ଷ ଟଙ୍କାପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ୨୫ ଲକ୍ଷ ଟଙ୍କା Mizoram State Incentive Cash Award Scheme ଅଧୀନରେ ଏବଂ ଅତିରିକ୍ତ ୧୫ ଲକ୍ଷ ଟଙ୍କା Bana Kaih ଯୋଜନା ଅଧୀନରେ ଦିଆଯିବ।
ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଦୁଇ ଖେଳାଳିଙ୍କୁ ସମ୍ମାନିତ କରି କହିଛନ୍ତି ଯେ, ସେମାନେ ମିଜୋରାମ ପାଇଁ ଏସିଆନ୍ ଗେମ୍ସରେ ପ୍ରଥମ ପଦକ ଆଣିଛନ୍ତି ଏବଂ ସେହି ପଦକଟି ସ୍ୱର୍ଣ୍ଣ ହୋଇଥିବାରୁ ଏହା ରାଜ୍ୟ ପାଇଁ ଐତିହାସିକ ଗୌରବର ବିଷୟ। ଦୁଇ ଖେଳାଳି ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଭାରତର ଯୋଗ୍ୟତା ହାସଲରେ ମଧ୍ୟ ଅଂଶୀଦାର ହୋଇଛନ୍ତି।
ଲାଲରେମସିଆମିଙ୍କ ସମ୍ମାନରେ କୋଲାସିବର Diakkawn GSA Playgroundକୁ ତାଙ୍କ ନାମରେ ନାମିତ କରିବାର ଯୋଜନା ମଧ୍ୟ ରହିଛି। ଏହାସହ ମିଜୋରାମରେ ହକି ଭିତ୍ତିଭୂମି ବିକାଶ ପାଇଁ ଥେନଜୱାଲ୍ ମହିଳା ହକି ଏକାଡେମୀରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ହକି ଟର୍ଫ ଏବଂ ୩୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେଉଛି।
ଆମେରିକାର ପ୍ରସିଦ୍ଧ Yellowstone National Parkର Biscu...
ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଗତି: ମୋଦୀ-ପାର୍ମେଲ...
ଭୁବନେଶ୍ୱର: ଓଡ଼ିଶାରେ ଏବେ ବର୍ଷା କମିବା ସହିତ ଦିନର ତାପମ...
ଛୋଟ ଶିଶୁ କାନ୍ଦିଲେ ତାକୁ ଶାନ୍ତ କରିବା ପାଇଁ ମା’ବ...
ଭୁବନେଶ୍ୱର: ଓଡ଼ିଶାରେ ପୁଣି ପାଣିପାଗରେ ପରିବର୍ତ୍ତନ ଦେଖା...
ଆମେରିକାରେ ଗୁପ୍ତଚରୀ ଅଭିଯୋଗକୁ ନେଇ ଏକ ଘଟଣା ଏବେ ଚର୍ଚ୍ଚ...
ଓଡ଼ିଶାରେ ଦଶହରା ପାଳନକୁ ବର୍ଷା ବାଧା ଦେଇପାରେ। ମଧ୍ୟ ଅକ୍...
ବେଙ୍ଗାଲୁରୁସ୍ଥିତ Indian Institute of Management Ban...