ଭୁବନେଶ୍ୱର: ଓଡ଼ିଶାରେ ପୁଣି ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୩ ଦିନ ଧରି ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କତା ଜାରି କରାଯାଇଛି।
ଅକ୍ଟୋବର ୬ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ଅଞ୍ଚଳଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
ଅକ୍ଟୋବର ୭ ଓ ୮ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଜ୍ରପାତ ଓ ଘଡ଼ଘଡ଼ି ସହ ପବନ ହେବାର ସମ୍ଭାବନା ରହିଛି। IMD ଅନୁସାରେ କେତେକ ସ୍ଥାନରେ ପବନର ବେଗ ୪୦ରୁ ୫୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିପାରେ।
IMDର ଅକ୍ଟୋବର ୬ର ସବ୍ଡିଭିଜନ୍ ୱାର୍ଣ୍ଣିଂ ଅନୁସାରେ ଅକ୍ଟୋବର ୬, ୭ ଓ ୮ ତାରିଖରେ ଓଡ଼ିଶାରେ ବଜ୍ରପାତ ଓ ଘଡ଼ଘଡ଼ି ନେଇ ସତର୍କତା ରହିଛି। ଅକ୍ଟୋବର ୯ରୁ ଏହି ୱାର୍ଣ୍ଣିଂ ନଥିବା କୁହାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ସମୟରେ ବିଶେଷ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ଖୋଲା ସ୍ଥାନରେ ନରହିବା, ଗଛ ତଳେ ଆଶ୍ରୟ ନନେବା ଏବଂ ସ୍ଥାନୀୟ ପାଣିପାଗ ସତର୍କତା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ଅଭିନେତା Vijay Deverakonda ଓ Rashmika Mandannaଙ୍କ ସ...
ହଲିଉଡ୍‌ର ଲୋକପ୍ରିୟ ମାର୍ଭେଲ୍ ଫିଲ୍ମ ‘Aveng...
ଥିରୁବନନ୍ତପୁରମ୍:କେରଳରେ ଶାସକୟୁନାଇଟେଡ୍ ଡେମୋକ୍ରାଟିକ୍ ଫ...
ନୂଆଦିଲ୍ଲୀ: ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ...
ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଆଗାମୀ ଫିଲ୍ମ *...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଭୋଟର ତାଲିକାରSpecial I...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟା ଏବଂ ଭୋଟ...
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଲୋକପ୍ରିୟ ଗୀତ *...