କଟକର ତ୍ରିଶୁଳିଆ ସେତୁ ନିକଟ କାଠଯୋଡି ନଦୀରୁ ଉଦ୍ଧାର ହୋଇଥିବା ଜଣେ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ତଦନ୍ତ ଜୋରଦାର ହୋଇଛି। ମୃତ ଛାତ୍ରୀଙ୍କ ପରିଚୟ ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ତୃତୀୟ ବର୍ଷର MBBS ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ଭାବେ ହୋଇଛି।
ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ରାଇଡାଣ୍ଡିଆ ଗ୍ରାମର ବାସିନ୍ଦା ଚନ୍ଦ୍ରିକା ଜଣେ ଯୁବକ ଭୀମସେନ ପ୍ରସାଦ ଟୁଡୁଙ୍କ ସହ ପ୍ରେମ ସମ୍ପର୍କରେ ଥିବା ପରିବାର ଲୋକେ କହିଛନ୍ତି। ଭୀମସେନ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି।
ତେବେ ପରେ ଭୀମସେନଙ୍କ ଜୀବନରେ ସ୍ୱାତୀ ନାମକ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ପରେ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ସମ୍ପର୍କରେ ଅବନତି ଆସିଥିଲା ବୋଲି ପରିବାର ଦାବି କରିଛି।
ଚନ୍ଦ୍ରିକାଙ୍କ ମା’ ଏବଂ ଭାଇ ଅଭିଯୋଗ କରିଛନ୍ତି ଯେ ଭୀମସେନ ଓ ସ୍ୱାତୀ ମିଳି ଷଡଯନ୍ତ୍ର କରି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୃତଦେହକୁ କାଠଯୋଡି ନଦୀରେ ଫିଙ୍ଗି ଦେଇଥିଲେ।
ଚନ୍ଦ୍ରିକାଙ୍କ ମା’ଙ୍କ କହିବା ଅନୁଯାୟୀ, ସ୍ୱାତୀଙ୍କ ଆଗମନ ପରେ ତାଙ୍କ ଝିଅକୁ ମାନସିକ ଭାବେ ନିର୍ଯାତନା ଦିଆଯାଉଥିଲା ଏବଂ ଶେଷରେ ତାଙ୍କୁ ହତ୍ୟା କରାଯାଇଥିଲା।
ଏପଟେ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ଯେ, ଚନ୍ଦ୍ରିକା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଭୁବନେଶ୍ୱର ଆସିଥିଲେ। ପରିବାର ପକ୍ଷରୁ ଆସିଥିବା ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସ ପୋଷ୍ଟମର୍ଟମ ରିପୋର୍ଟ, ମୋବାଇଲ ଫୋନ୍ ରେକର୍ଡ, କଲ୍ ଡିଟେଲ୍ସ ଏବଂ ସୋସିଆଲ ମିଡିଆ ଚାଟ୍ ଯାଞ୍ଚ କରୁଛି। ଘଟଣାର ପ୍ରକୃତ କାରଣ ଏବଂ ମୃତ୍ୟୁ ପୂର୍ବରୁ କଣ ଘଟିଥିଲା, ତାହା ଜାଣିବା ପାଇଁ ଦୁଇଟି ତଦନ୍ତକାରୀ ଦଳ ନିୟୋଜିତ ହୋଇଛନ୍ତି।
ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...