ମୟୂରଭଞ୍ଜ ଜିଲ୍ଲାରଉଦଳା ଥାନାଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ପରିବାର ସଦସ୍ୟମାନଙ୍କୁ ନେଇ ଚାଲୁଥିବା ଏକ ଚୋରି ଗ୍ୟାଙ୍ଗ୍ର ସନ୍ଧାନ ପାଇ ପୋଲିସ୩ ଜଣ ନାବାଳକଙ୍କ ସହ ମୋଟ ୫ ଜଣଙ୍କୁଧରିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଘରର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରୁଥିଲେ। ଚୋରି ପରେ ସନ୍ଦେହ ଏଡ଼ାଇବା ପାଇଁ ସେମାନେ ଚୋରା ସୁନା ବିକ୍ରି କରିଦେଉଥିବା ପୋଲିସ କହିଛି।
ଏହି ପାଞ୍ଚଟି ଚୋରି ଘଟଣାରେ ପ୍ରାୟ₹୪.୨୩ ଲକ୍ଷଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଆକଳନ କରାଯାଇଛି।
ତଦନ୍ତ ସମୟରେ ବୈଜ୍ଞାନିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲେ। ସେହି ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସ ସଫଳ ହୋଇଥିଲା।
ଉଦଳା ଆଇଆଇସି ତଥା ଏସ୍ଡିପିଓଗୋବିନ୍ଦ ଚନ୍ଦ୍ର ବେହେରାକହିଛନ୍ତି, ବୈଜ୍ଞାନିକ ପ୍ରମାଣ ଏହି ମାମଲାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ଏବଂ ଏହା ଆଧାରରେ ଅଭିଯୁକ୍ତମାନଙ୍କୁ ଧରାଯାଇଛି।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ଏକେ ପରିବାରର ହୋଇଥିବା ଜଣାପଡ଼ିଛି। ସେମାନେ ଜିଲ୍ଲାର ଅନ୍ୟ ଚୋରି ଘଟଣାରେ ଜଡ଼ିତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଚୋରି ହୋଇଥିବା ଅବଶିଷ୍ଟ ସାମଗ୍ରୀ ଉଦ୍ଧାର ଓ ଅନ୍ୟ ସହଯୋଗୀଙ୍କ ସନ୍ଧାନ ପାଇଁ ମଧ୍ୟ ତଦନ୍ତ ଚାଲିଛି।
ଓଡ଼ିଶାର ପ୍ରତିଭାବାନ ଗାୟିକାଜ୍ୟୋତିର୍ମୟୀ ନାୟକ‘ଇଣ...
ଗଭୀର ଅବଦାବ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ...
ଓଡ଼ିଶା ପାଇଁ ଆଉ ଏକ ଗର୍ବର ଖବର। ଗଞ୍ଜାମ ଜିଲ୍ଲାର ବ୍ରହ୍ମ...
ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲାର ଗବେ...
ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...
ଭାରତ ବିଭାଜନର କଷ୍ଟଦାୟକ ଇତିହାସକୁ ପରଦାରେ ଜୀବନ୍ତ କରିବା...
ଗଭୀର ଅବଦାବ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ପାଞ୍ଚଟି ଜ...
ପୁରୀ ଜିଲ୍ଲାର ଡେଲାଙ୍ଗା ବ୍ଲକ୍ ଅନ୍ତର୍ଗତ ଆରାଗଡ଼ା ନୋଡାଲ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଉତ୍ତରପ୍ରଦେଶରେ ପୁଣିଥରେ ମୌସୁମୀ ବର୍ଷା ତାଣ୍ଡବ ରଚିଛି। ର...
ବଲିଉଡର ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର **'ରାମ...
ଲଗାଣ ବର୍ଷା ପ୍ରଭାବରେମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅ...