ଓଡ଼ିଶାର ପ୍ରତିଭାବାନ ଗାୟିକାଜ୍ୟୋତିର୍ମୟୀ ନାୟକ‘ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬’ର ବିଜେତା ହୋଇ ସମଗ୍ର ଦେଶରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ଗ୍ରାଣ୍ଡ ଫିନାଲେରେ ସେ ପ୍ରତିଷ୍ଠିତ ଟ୍ରଫି ନିଜ ନାମରେ କରିଛନ୍ତି।
ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀଙ୍କ‘ସଇଁୟା ଓ ସଇଁୟା’ଗୀତର ପରିବେଷଣ ଦର୍ଶକ ଓ ବିଚାରକଙ୍କ ମନ ଜିତିଥିଲା। ସେ ଅନ୍ୟ ପାଞ୍ଚଜଣ ଫାଇନାଲିଷ୍ଟ—ଅଂଶିକା ଚୋଙ୍କର, ମନରାଜ ବୀର ସିଂହ, ମିସ୍କମ୍ମେ ବୋସୁ, ସୁହୈଲ ସୁଫି ଏବଂ ତନିଷ୍କ ଶୁକ୍ଲାଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି।
ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ରେ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ବିବିଧ ଗାୟନ ଶୈଳୀ ଓ ଭାବପୂର୍ଣ୍ଣ ପରିବେଷଣ ଦ୍ୱାରା ବିଚାରକ ଓ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ।
ତାଙ୍କ ଦ୍ୱାରା ପରିବେଷିତ‘ଓ ଜବ୍ ତକ୍ ହୈ ଜାନ୍ ଜାନେ ଜହାଁ ମୈଁ ନାଚୁଙ୍ଗି’ଗୀତ ପାଇଁ ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଲିନୀ ଷ୍ଟାଣ୍ଡିଂ ଓଭେସନ୍ ଦେଇଥିଲେ।
ସେହିପରି‘ଜାନେ କ୍ୟୁଁ ଲୋଗ୍ ମୋହବ୍ବତ୍ କିୟା କରତେ ହୈଁ’ଗୀତର ପରିବେଷଣ ପ୍ରବୀଣ ଅଭିନେତ୍ରୀ ଲୀନା ଚନ୍ଦାଭାରକରଙ୍କୁ ଭାବବିହ୍ୱଳ କରିଥିଲା। ସମଗ୍ର ସିଜନରେ ତାଙ୍କ ପ୍ରତ୍ୟେକ ପରିବେଷଣ ବେଶ୍ ପ୍ରଶଂସିତ ହୋଇଥିଲା।
ବିଜୟ ପରେ ଜ୍ୟୋତିର୍ମୟୀ କହିଛନ୍ତି ଯେ,"ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ର ବିଜେତା ହେବା ମୋ ପାଇଁ ସ୍ୱପ୍ନ ସାକାର ହେବା ସଦୃଶ। କେବଳ ଗୋଟିଏ ସ୍ୱପ୍ନ ନେଇ ଅଡିସନ୍କୁ ଆସିଥିଲି, ଆଜି ବିଜେତା ହୋଇ ଠିଆ ହେବା ମୋ ଜୀବନର ସବୁଠାରୁ ବଡ଼ ସଫଳତା।"
ସେ ଆହୁରି କହିଛନ୍ତି ଯେ, ଏହି ମଞ୍ଚ ତାଙ୍କୁ ଜଣେ ଭଲ ଗାୟିକା, କଳାକାର ଓ ମଣିଷ ହେବାର ସୁଯୋଗ ଦେଇଛି। ସେ ସୋନି ଏଣ୍ଟରଟେନମେଣ୍ଟ, ଫ୍ରେମାଣ୍ଟଲେ, ବିଚାରକ, ସଞ୍ଚାଳକ, ପରିବାର, ସାଙ୍ଗସାଥୀ ଓ ତାଙ୍କୁ ଭୋଟ୍ ଦେଇଥିବା ସମସ୍ତ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଓଡ଼ିଆ ସଙ୍ଗୀତ ଜଗତରେ ପୂର୍ବରୁ ପରିଚିତ ଜ୍ୟୋତିର୍ମୟୀ, ରିଆଲିଟି ଶୋ'ରେ ଯୋଗଦେବା ପୂର୍ବରୁ ସଙ୍ଗୀତ ଥେରାପି ମାଧ୍ୟମରେ କ୍ୟାନ୍ସର ରୋଗୀଙ୍କୁ ସହଯୋଗ କରୁଥିଲେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀସୋସିଆଲ ମିଡିଆରେ ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ,
"ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ର ବିଜେତା ହୋଇ ସମଗ୍ର ଦେଶରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଥିବା ମାଟିର ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।"
ସେ ଆହୁରି କହିଛନ୍ତି ଯେ ଜ୍ୟୋତିର୍ମୟୀଙ୍କ ସଫଳତା ଓଡ଼ିଶାର ଅସଂଖ୍ୟ ଯୁବ କଳାକାରଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ।
ଗ୍ରାଣ୍ଡ ଫିନାଲେରେ ବିଚାରକ ଶ୍ରେୟା ଘୋଷାଲ ଓ ବାଦଶାହଙ୍କ ସହ ଉଷା ଉଥୁପ୍, ଉଦିତ ନାରାୟଣ, ପାପନ, କୁମାର ସାନୁ, ଶେହନାଜ ଗିଲ୍ ଓ ଉର୍ମିଳା ମାତୋଣ୍ଡକରଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଥିଲା।
ଜ୍ୟୋତିର୍ମୟୀଙ୍କ ବିଜୟ ଘୋଷଣା ପରେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଥିଲା।
ଭୁବନେଶ୍ୱରର ବାରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ମିଳିଥିବା ମୁ...
କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ...
ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...
ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଚଢ଼ାଉ ଟଙ୍କାରେ କଥି...
ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦ...
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଓ ସାମୁଦ୍ରିକ ସୁରକ୍ଷାକ...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଇରା...
ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ କଟକସ୍ଥିତ ଏସ୍ସ...
ବାଲିଅନ୍ତା ଭିଡ଼ ହତ୍ୟା ମାମଲାର ତଦନ୍ତ ମଧ୍ୟରେ ଏକ ନୂଆ ତଥ...
ଉତ୍ତର ପ୍ରଦେଶର ହରଦୋଇ ସହରରୁ ଏକ ଚକିତ କରିଦେବା ଚୋରି ଘଟଣ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ଏବେ ଏକ ବଡ଼ ଧରଣର ବିବାଦ ଦ...