ଆଗାମୀ ପର୍ବପର୍ବାଣୀକୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ପାଳନ କରିବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀପୋତ୍ସବ, ଦୀପାବଳି, ଛଟ୍ ପୂଜା ଓ ଦେବ ଦୀପାବଳି ପୂର୍ବରୁ ରାଜ୍ୟର ସମସ୍ତ ସ୍ତରର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ ପରିସ୍ଥିତିରେ ହିଁ ଛୁଟି ମିଳିପାରିବ।
ବଜାର ଓ ମନ୍ଦିରରେ ୨୪ ଘଣ୍ଟିଆ ସୁରକ୍ଷା
ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଇନଶୃଙ୍ଖଳା ଓ ପର୍ବପର୍ବାଣୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଧନତେରସ ଓ ଦୀପାବଳି ସମୟରେ ପ୍ରମୁଖ ବଜାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ୨୪ ଘଣ୍ଟିଆ ପୁଲିସ ନଜରଦାରୀ, ପାଟ୍ରୋଲିଂ ଓ ସିସିଟିଭି କ୍ୟାମେରା ସକ୍ରିୟ ରଖିବାକୁ କହିଛନ୍ତି। ପ୍ରମୁଖ ମନ୍ଦିର ଓ ସମ୍ବେଦନଶୀଳ ଧାର୍ମିକ ସ୍ଥଳରେ ମଧ୍ୟ ଦିନରାତି ପୁଲିସ ମୁତୟନ ରହିବେ।
ଅଯୋଧ୍ୟାରେ ନଭେମ୍ବର ୭ରେ ହେବାକୁ ଥିବା ଦୀପୋତ୍ସବ ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ଯାତାୟାତ ଏବଂ ରୁଟ୍ ଡାଇଭର୍ସନ୍ ବ୍ୟବସ୍ଥା ଆଗୁଆ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସୋସିଆଲ ମିଡିଆ ଉପରେ ୨୪ ଘଣ୍ଟିଆ ନଜର
ପର୍ବ ସମୟରେ ଗୁଜବ, ଭ୍ରମାତ୍ମକ ତଥ୍ୟ ଓ ଉତ୍ତେଜନାମୂଳକ ପୋଷ୍ଟ ଯେପରି ଶାନ୍ତି ଭଙ୍ଗ ନକରେ, ସେଥିପାଇଁ ସୋସିଆଲ ମିଡିଆ ଉପରେ ଦିନରାତି ନଜର ରଖିବାକୁ ପୁଲିସକୁ କୁହାଯାଇଛି। ଆଇନଶୃଙ୍ଖଳା ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଜିରୋ ଟଲରେନ୍ସ ନୀତିରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।
ଖୋଲା ସ୍ଥାନରେ ହିଁ ବିକ୍ରି ହେବ ବାଣ
ଅଗ୍ନିକାଣ୍ଡ ରୋକିବା ପାଇଁ ବାଣ ଦୋକାନ କେବଳ ଖୋଲା ଓ ସୁରକ୍ଷିତ ସ୍ଥାନରେ ଖୋଲିବାକୁ କୁହାଯାଇଛି। ଅସ୍ଥାୟୀ ବାଣ ଗୋଦାମ ଜନବସତିଠାରୁ ଦୂରରେ ରଖିବା ସହ ଅଗ୍ନିଶମ ବିଭାଗକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଦ୍ୟୁତ୍, ପାଣି ଓ ପରିବହନ ସେବା ଉପରେ ଗୁରୁତ୍ୱ
ପର୍ବ ସମୟରେ ସହର ଓ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପାନୀୟ ଜଳ ଉପଲବ୍ଧ କରାଇବାକୁ କୁହାଯାଇଛି। ସ୍ୱଚ୍ଛତା ଓ ଆଲୋକୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିବ। ଯାତ୍ରୀଙ୍କ ଭିଡ଼କୁ ଦେଖି ଅତିରିକ୍ତ ବସ୍ ଚଳାଇବା ଏବଂ ଘରୋଇ ବସ୍ ଚାଳକଙ୍କ ଅତ୍ୟଧିକ ଭଡ଼ା ଆଦାୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପରିବହନ ବିଭାଗକୁ କୁହାଯାଇଛି।
ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶ
ସାରର କଳାବଜାରୀ, ମହଜୁଦଦାରୀ ଓ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ରୋକିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଧାନ କିଣା କେନ୍ଦ୍ରରେ ଚାଷୀଙ୍କୁ ଯେପରି ଅସୁବିଧା ନହୁଏ ଓ ଓଜନରେ ସ୍ୱଚ୍ଛତା ରହେ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ରାସନ୍ ବଣ୍ଟନରେ କମ୍ ଓଜନ ଦେବା ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଏହା ସହ ଆଉଟସୋର୍ସ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପର୍ବ ପୂର୍ବରୁ ମାନଦେୟ ପ୍ରଦାନ କରିବା ଏବଂ ଅବସରପ୍ରାପ୍ତ ପେନସନଭୋଗୀଙ୍କ ବକେୟା ଚିକିତ୍ସା ଖର୍ଚ୍ଚ ବିଲ୍ ଶୀଘ୍ର ସମାଧାନ କରିବାକୁ ମଧ୍ୟ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...