ଲଗାଣ ବର୍ଷା ପ୍ରଭାବରେମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ମନାତ୍ରୀ ଗ୍ରାମର ପ୍ରସିଦ୍ଧ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରବନ୍ୟାଜଳରେ ଜଳମଗ୍ନ ହୋଇଛି।ଗଙ୍ଗାହର ନଦୀର ଜଳସ୍ତର ବୃଦ୍ଧିପାଇବାରୁ ନଦୀର ପାଣି ମନ୍ଦିର ପରିସର ଓ ଗର୍ଭଗୃହ ମଧ୍ୟରେ ପ୍ରବେଶ କରିଛି।
ବନ୍ୟାଜଳରେପବିତ୍ର ଶିବଲିଙ୍ଗ ସମ୍ପୂର୍ଣ୍ଣ ଜଳମଗ୍ନହୋଇଯାଇଛି। ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସ୍ଥାନୀୟ ଲୋକ ଓ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।
ମନ୍ଦିର ବାହାରେ ନଦୀର ପାଣି କାଦୁଅ ଓ ଲାଲଚେ ରଙ୍ଗର ଥିବାବେଳେଗର୍ଭଗୃହ ଭିତରେ ଶିବଲିଙ୍ଗ ଉପରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପରିଷ୍କାର ଜଳ ପ୍ରବାହିତ ହେଉଛି।ଶିବଲିଙ୍ଗ ଚାରିପାଖରେ ନିର୍ମଳ ଜଳର ତରଙ୍ଗ ଭକ୍ତମାନଙ୍କ ମନରେ ଗଭୀର ଆସ୍ଥା ଓ ଭକ୍ତିଭାବ ସୃଷ୍ଟି କରିଛି।
ଏହି ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ମନ୍ଦିର ନିକଟରେ ଭିଡ଼ ଜମାଇଛନ୍ତି।
ବନ୍ୟାଜଳ ଯୋଗୁଁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇପଡ଼ିଛି। ତଥାପି ମନ୍ଦିରରପୂଜକମାନେ ପୂର୍ବବତ୍ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରଖିଛନ୍ତି।
ପ୍ରଶାସନ ପକ୍ଷରୁଗଙ୍ଗାହର ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛିଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...
ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...
ଜଗତସିଂହପୁର ଜିଲ୍ଲାରୁ ଆସିଛି ଏକ ସମ୍ବେଦନଶୀଳ ଖବର। ତିର୍ତ...
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...
ଓଡ଼ିଶାରେ ଦୁର୍ନୀତି ଓ ସରକାରୀ ଅର୍ଥ ହେରଫେର ଅଭିଯୋଗ ବିରୋ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...