ରାଜଧାନୀ ଭୁବନେଶ୍ୱରର ୟୁନିଟ-୨ ମାର୍କେଟ୍ ବିଲ୍ଡିଂରେ ମଙ୍ଗଳବାର ପ୍ରଭାତରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିଶମ ବାହିନୀର ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।
ସୂଚନା ଅନୁଯାୟୀ, ପ୍ରଭାତ ପ୍ରାୟ ୫ଟା ସମୟରେ ଏକ ରେଡିମେଡ୍ ଗାର୍ମେଣ୍ଟସ୍ ଦୋକାନରୁ ପ୍ରଥମେ ନିଆଁ ବାହାରିଥିଲା। ଦୋକାନଗୁଡ଼ିକ ପରସ୍ପର ସଂଯୁକ୍ତ ଥିବା ସହ ପଲିଏଷ୍ଟର ପୋଷାକ ଭଳି ଅତ୍ୟନ୍ତ ଦାହ୍ୟ ସାମଗ୍ରୀ ମହଜୁଦ ଥିବାରୁ ଅଳ୍ପ ସମୟ ମଧ୍ୟରେ ନିଆଁ ପାଖପାଖି ଦୋକାନକୁ ବ୍ୟାପିଯାଇଥିଲା।
ଖବର ପାଇବା ପରେ ସେକ୍ରେଟାରିଏଟ୍ ଓ କଳ୍ପନା ଛକ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଟ ପାଞ୍ଚଟି ଅଗ୍ନିଶମ ଗାଡ଼ି, ହାଇଡ୍ରୋଲିକ୍ ସ୍ପ୍ରେଡ୍ କଟର, ଜ୍ୟାକ୍, ପାଣି ଟ୍ୟାଙ୍କର ଓ ଅନ୍ୟାନ୍ୟ ଉପକରଣ ସହାୟତାରେ ଅଗ୍ନିକୁ ନିୟନ୍ତ୍ରଣ କରାଯାଇଥିଲା।
ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୬ଟା ୫୫ ମିନିଟ୍ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ପ୍ରଥମେ ନିଆଁକୁ ଅନ୍ୟ ଦୋକାନକୁ ବ୍ୟାପିବାରୁ ରୋକିବା ପାଇଁ ଉଦ୍ୟମ କରାଯାଇଥିଲା। ଘନ ଧୂଆଁ ଯୋଗୁଁ ଭିତରେ ପହଞ୍ଚିବାରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ କିଛି ଦୋକାନର ସଟରକୁ ଜ୍ୟାକ୍ ସାହାଯ୍ୟରେ ଭାଙ୍ଗି ଭିତରକୁ ପ୍ରବେଶ କରି ନିଆଁ ଲିଭାଇବାକୁ ପଡ଼ିଥିଲା।
ଏହି ମାର୍କେଟରେ ମୁଖ୍ୟତଃ ରେଡିମେଡ୍ ପୋଷାକ ଦୋକାନ ଥିବାରୁ ବ୍ୟବସାୟୀମାନଙ୍କ ବହୁଳ କ୍ଷତି ହୋଇଛି। ପୀଡ଼ିତ ଜଣେ ଦୋକାନୀ କହିଛନ୍ତି ଯେ, ତାଙ୍କ ଦୋକାନରେ ପୁରୁଷଙ୍କ ରେଡିମେଡ୍ ପୋଷାକ ଓ ଶେରୱାନୀ ବିକ୍ରି ହେଉଥିଲା। ସକାଳେ ଖବର ପାଇ ଦୋକାନରେ ପହଞ୍ଚିବା ବେଳକୁ ସବୁକିଛି ପାଉଁଶ ହୋଇଯାଇଥିଲା। କେବଳ ତାଙ୍କର ଦୋକାନରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସେ ଦାବି କରିଛନ୍ତି।
ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ, ବିସ୍ତୃତ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି।
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...