ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ଘଟିଥିବା ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଗିରିଶ ପାର୍କ ଅଞ୍ଚଳର ବାସିନ୍ଦା। ସେ ଗତ ଚାରି ମାସ ଧରି ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଥାନା ଅନ୍ତର୍ଗତ ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ। ତାଙ୍କ ସ୍ୱାମୀ କାମ କରୁଥିବା ଏକ ଘରୋଇ କମ୍ପାନୀ ପକ୍ଷରୁ ଏହି ରହଣି ବ୍ୟବସ୍ଥା କରାଯାଇଥିଲା।
ପୋଲିସ ଅଭିଯୁକ୍ତଙ୍କୁ ଜୟନ୍ତ କୁମାର ନାୟକ ବୋଲି ଚିହ୍ନଟ କରିଛି। ସେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କ ପରିଚିତ ଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ମହିଳାଙ୍କ ସ୍ୱାମୀ କାମକୁ ଯିବା ପରେ ଜୟନ୍ତ କୁମାର ନାୟକ କଥା ହେବା ବାହାନାରେ ହୋଟେଲ କୋଠରୀ ଭିତରକୁ ପ୍ରବେଶ କରିଥିଲେ। ପରେ ସେ ମହିଳାଙ୍କୁ ଟଣାଓଟରା କରି ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ତେବେ ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ପଳାଇ ଭରତପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ଭରତପୁର ପୋଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି।
ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିବା ସୂଚନା ମିଳିଛି।
ଘଟଣାର ତଦନ୍ତକୁ ଆହୁରି ମଜବୁତ କରିବା ପାଇଁ ପୋଲିସ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏହାସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲିଛି। ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL)ର ସହଯୋଗ ନିଆଯାଇଥିବା ବେଳେ ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ପାଇଁ ମଧ୍ୟ ପ୍ରୟାସ ଚାଲିଛି।
ପୋଲିସ କହିଛି, ଉପଲବ୍ଧ ସମସ୍ତ ପ୍ରମାଣ ସଂଗ୍ରହ କରି ମାମଲାକୁ ଅଦାଲତରେ ଦୃଢ଼ ଭାବେ ଉପସ୍ଥାପନ କରାଯିବ ଯାହାଦ୍ୱାରା ପୀଡ଼ିତା ଶୀଘ୍ର ନ୍ୟାୟ ପାଇପାରିବେ।
ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍...
ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି। ହର୍ମୁଜ ପ୍ର...
ଶନିବାର ସକାଳେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଏକ ଶକ୍ତିଶା...
ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ୧୨ ବର୍ଷରୁ କମ୍ ବୟସର ଜଣେ...
ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖ...
ପୁଣେର ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲ...
ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ନିକଟସ୍ଥ ଏକ...
ହଙ୍ଗେରୀରେ ଏକ ଚାଞ୍ଚଲ୍ୟକର ଏବଂ ଅତ୍ୟନ୍ତ ଅସ୍ୱାଭାବିକ ମାମ...