ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି। ହର୍ମୁଜ ପ୍ରଣାଳୀରେ ଏକ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇରାନ ଓ ଆମେରିକା ମଧ୍ୟରେ ପରିସ୍ଥିତି ପୁଣି ତିକ୍ତ ହୋଇପଡ଼ିଛି। ଏହି ଘଟଣା ଯୁଦ୍ଧବିରତି ଓ ଶାନ୍ତି ପ୍ରୟାସ ମଧ୍ୟରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ହର୍ମୁଜ ପ୍ରଣାଳୀରେ ଏକ କାର୍ଗୋ ଜାହାଜ ଉପରେ ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଅଭିଯୋଗ ପରେ ଆମେରିକା ପ୍ରତିକ୍ରିୟା ସ୍ୱରୂପ ଇରାନର ମିସାଇଲ ଓ ଡ୍ରୋନ୍ ସମ୍ପର୍କିତ ଠିକଣା ସହ ହର୍ମୁଜ ପ୍ରଣାଳୀ ନିକଟସ୍ଥ ରାଡାର କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି।
ଏହି ଆକ୍ରମଣ ପରେ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,"ହିଂସାର ଜବାବ ହିଂସାରେ ଦିଆଯିବ।"ତାଙ୍କ ଏହି ବୟାନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।
ବିଶ୍ୱ ବାଣିଜ୍ୟ ପାଇଁ ହର୍ମୁଜ ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଏଠାରେ ଯେକୌଣସି ସାମରିକ ସଂଘର୍ଷ କିମ୍ବା ଉତ୍ତେଜନା ବିଶ୍ୱ ତୈଳ ଯୋଗାଣ ଓ ସାମୁଦ୍ରିକ ବାଣିଜ୍ୟ ଉପରେ ପ୍ରଭାବ ପକାଇପାରେ। ସେଥିପାଇଁ ଏହି ଘଟଣାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବଢ଼ିଛି।
ସିବିଏସଇ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପରେ ରି...
ସୁବର୍ଣ୍ଣପୁର, ୨୬ ଜୁନ୍: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା...
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେ...
ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଆକାଶ ଦୀପ ନିଜ ଜୀବ...
ଓଡ଼ିଶାର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃ...
ମୌସୁମୀ ବାୟୁର ପୁନଃ ସକ୍ରିୟତା ଏବଂ ସମଗ୍ର ଓଡ଼ିଶାରେ ଏହାର...
ବଲିଉଡ୍ର ଲୋକପ୍ରିୟ ଅଭିନେତାଅଜୟ ଦେବଗନପୁଣିଥରେ ତାଙ୍କର ଦମ...
ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ବିତରଣ ସମାରୋହ...
ରାଜ୍ୟରେ ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଛାତ୍ରାବାସରେ ଖ...
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସମ୍ପୂର୍...
ଲୋକପ୍ରିୟ କ୍ରାଇମ୍-ଡ୍ରାମା ୱେବ୍ ସିରିଜ୍ ‘ମିର୍ଜାପ...
ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ବ୍ୟାପକ ତ୍ରୁଟି...