ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖି କେନ୍ଦ୍ର ସରକାର ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା ୨.୦’ ପୋର୍ଟାଲରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସ୍ୱଘୋଷଣା (Self-Declaration) ଦେବାକୁ ହେବ।
ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡିଜିସିଏ (DGCA)କୁ ଚିଠି ଲେଖାଯାଇଛି। ସମସ୍ତ ବିମାନ ସେବା ସଂସ୍ଥାଙ୍କୁ ତୁରନ୍ତ ଏହି ନିୟମ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ଓ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି।
ସରକାରଙ୍କ ମତାନୁସାରେ, ଦେଶର ବିଭିନ୍ନ ପ୍ରବେଶ ପଏଣ୍ଟରେ ସଂକ୍ରାମକ ରୋଗ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ଏବଂ ଇବୋଲା ପରି ମାରାତ୍ମକ ରୋଗର ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ହେଉଛି ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ।
ନୂତନ ନିୟମ ଅନୁଯାୟୀ, ଭାରତକୁ ଆସୁଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ‘ଏୟାର ସୁବିଧା ୨.୦’ ପୋର୍ଟାଲରେ ଅନଲାଇନ୍ ସ୍ୱଘୋଷଣା ଫର୍ମ ପୂରଣ କରିବାକୁ ହେବ। ଏହି ଫର୍ମରେ ଗତ ୨୧ ଦିନର ଭ୍ରମଣ ଇତିହାସ, ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟ ଲକ୍ଷଣ ସମ୍ପର୍କିତ ସୂଚନା ଦେବାକୁ ପଡ଼ିବ।
ଯାତ୍ରୀମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ, ଇମିଗ୍ରେସନ ବିଭାଗ ଏବଂ ଅନ୍ୟ ସମ୍ପୃକ୍ତ ଏଜେନ୍ସିମାନଙ୍କ ସହ ତୁରନ୍ତ ସେୟାର କରାଯିବ, ଯାହା ଦ୍ୱାରା ସନ୍ଦିଗ୍ଧ ମାମଲା ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ।
ସେହିପରି ବିମାନ ସଂସ୍ଥାମାନଙ୍କୁ ‘ଏୟାର ସୁବିଧା ୨.୦’ ପୋର୍ଟାଲର ବ୍ୟାପକ ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ ଏବଂ ସତର୍କ କରିବ ବୋଲି ଆଶା କରାଯାଉଛି।
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...