ପୁଣେର ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅଭିଯୁକ୍ତ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କୁ ପଚରାଉଚରା ବେଳେ ପୁଲିସ କିଛି ଚାଞ୍ଚଲ୍ୟକର ତଥ୍ୟ ପାଇଛି।
ପୁଲିସ ସୂତ୍ର ଅନୁସାରେ, ସିୟା ଗୋୟଲ କହିଛନ୍ତି ଯେ କେତନ ଅଗ୍ରୱାଲଙ୍କ ମୁଣ୍ଡରେ କେଶ କମ୍ ଥିବାରୁ ସେ ୱିଗ୍ ପିନ୍ଧୁଥିଲେ। ଏହା ସହ କଥା କହିବା ସମୟରେ ତାଙ୍କର ପାଟି ଲାଗୁଥିଲା। ଏହି ସବୁ କାରଣରୁ ସେ କେତନଙ୍କୁ ବିବାହ କରିବାକୁ ଆଗ୍ରହୀ ନଥିଲେ।
ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସିୟା ଚେତନ ଚୌଧୁରୀଙ୍କୁ ଭଲ ପାଉଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବିବାହ ସ୍ଥିର ହେବା ପୂର୍ବରୁ ଉଭୟ ପରିବାର କେତନଙ୍କ କେଶ ସମସ୍ୟା ବିଷୟରେ ଅବଗତ ଥିଲେ ବୋଲି ଜଣାପଡ଼ିଛି।
କେତନଙ୍କ ବାପା କହିଛନ୍ତି ଯେ, ସିୟାଙ୍କ ପରିବାରକୁ ସମସ୍ତ ତଥ୍ୟ ପୂର୍ବରୁ ଜଣାଇ ଦିଆଯାଇଥିଲା। ଯଦି ସିୟା ଏହି ବିବାହରେ ରାଜି ନଥାନ୍ତେ, ତେବେ ସେମାନେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିପାରୁଥାନ୍ତେ ବୋଲି ସେ କହିଛନ୍ତି।
ଅନ୍ୟପଟେ ସିୟାଙ୍କ ବାପା ପ୍ରବୀଣ ଗୋୟଲ କହିଛନ୍ତି ଯେ କେତନ ତାଙ୍କ ପାଇଁ ପୁଅ ସଦୃଶ ଥିଲେ। ଯଦି ତାଙ୍କ ଝିଅ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ପ୍ରମାଣିତ ହୁଏ, ତେବେ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି। ସିୟାଙ୍କ ମା' ମଧ୍ୟ ଝିଅ ପାଇଁ କଠୋର ଶାସ୍ତି ଦାବି କରିଛନ୍ତି।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଏକାଧିକ ଥର ଯୋଜନା କରାଯାଇଥିଲା। ମେ ୩୧ ଓ ଜୁନ୍ ୧୪ ତାରିଖରେ ହତ୍ୟା ଯୋଜନା ବିଫଳ ହେବା ପରେ ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗରୁ ଠେଲି ଦେଇ କେତନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କୁ ଗିରଫ କରାଯାଇଛି। ପୁଣେ ଗ୍ରାମୀଣ ପୁଲିସ ଲୋହାଗଡ଼ ଦୁର୍ଗରେ ଡମି ବ୍ୟବହାର କରି ଅପରାଧ ଦୃଶ୍ୟର ପୁନଃନିର୍ମାଣ କରିବାକୁ ଯୋଜନା କରୁଛି। ଏହା ସହ ସିୟାଙ୍କ ଭାଇଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...