ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ମାଲକାନଗିରି ଜିଲ୍ଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି।
ଗୁରୁବାରଠାରୁ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବାରୁ ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି। ନଦୀ ଓ ନାଳରେ ଜଳସ୍ତର ବଢ଼ିବା ସହ ପ୍ରବଳ ସ୍ରୋତରେ ପାଣି ପ୍ରବାହିତ ହେଉଛି।
ଏହାର ପ୍ରଭାବରେ ଜାତୀୟ ରାଜପଥ-୩୨୬ର କାଙ୍କେରକୁଣ୍ଡା ଓ ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ସହ ଯୋଗାଯୋଗ ପ୍ରଭାବିତ ହୋଇଛି।
ବର୍ଷା ସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତତ୍ପରତା ବଢ଼ାଇଛି। ସ୍ଥିତିର ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଆବଶ୍ୟକତା ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତର କରିବା ଭଳି ପରିସ୍ଥିତି ଉପୁଜିନାହିଁ ବୋଲି ପ୍ରଶାସନ କହିଛି।
ଲଗାଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ଶନିବାର ପାଇଁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆଗକୁ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି।
ବର୍ଷାର ତୀବ୍ରତା ବଢ଼ିଲେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଦୁର୍ବଳ ଅଞ୍ଚଳ ଏବଂ ରାସ୍ତାଘାଟର ସ୍ଥିତି ଉପରେ ନଜର ରଖିଛନ୍ତି।
ବର୍ତ୍ତମାନ ସୁଦ୍ଧା କୌଣସି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇନଥିଲେ ମଧ୍ୟ ଲଗାଣ ବର୍ଷା ଓ ବଢ଼ୁଥିବା ଜଳସ୍ତରକୁ ନଜରରେ ରଖି ପ୍ରଶାସନ ସଜାଗ ରହିଛି।
ନୂଆଦିଲ୍ଲୀରେ ଆୟୋଜିତBRICS ବିଜନେସ୍ ଫୋରମ୍ ସମ୍ମିଳନୀର ଏକ...
ନୂଆଦିଲ୍ଲୀ:ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିର ସୁଚାରୁ ପରିଚାଳନ...
ସ୍ୱିଜରଲ୍ୟାଣ୍ଡରେ ଏକ ଡଚ୍‌ ଟୁରିଷ୍ଟ ବସ୍‌ ଓଲଟ...
ଜର୍ମାନୀରେ ଦକ୍ଷିଣପନ୍ଥୀ **Alternative for Germany (A...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ Gen Z ଆଉଟ୍ରିଚ୍&zwnj...
ଝାଡ଼ଖଣ୍ଡର ଉଚ୍ଚ ଓ ବୈଷୟିକ ଶିକ୍ଷା, ନଗର ଉନ୍ନୟନ ଓ ଅନ୍ୟା...
ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...
ଜମ୍ମୁ-କାଶ୍ମୀରରେ‘ବନ୍ଦେ ମାତରମ୍’କୁ ନେଇ ରା...
ମୁମ୍ବାଇ:ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀଙ୍କ କାର...
ନୂଆଦିଲ୍ଲୀ:ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବାAI ବୁମ୍ ଏବେ...