ମୁମ୍ବାଇ:ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ଉପରେ ଏଣିକି ଅଧିକ କଡ଼ା ନଜର ରହିବ। ମୁଖ୍ୟମନ୍ତ୍ରୀଦେବେନ୍ଦ୍ର ଫଡନାଭିସ୍ନିଯୁକ୍ତି ପ୍ରକ୍ରିୟାରେ ଯାଞ୍ଚ କଡ଼ା କରିବା ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା୫୫୦ରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରାଇ ଦିଆଯାଇଛି।
ଅଗଷ୍ଟ ୨୫ରେ ସାଧାରଣ ପ୍ରଶାସନ ବିଭାଗ (GAD) ପକ୍ଷରୁ ଜାରି ଏକ ପ୍ରସ୍ତାବ ଅନୁସାରେ,ଉପଯୁକ୍ତ ଅନୁମୋଦନ, ପୃଷ୍ଠଭୂମି ଯାଞ୍ଚ କିମ୍ବା ଇଣ୍ଟେଗ୍ରିଟି ଭେରିଫିକେସନ୍ ବିନା ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ସେପ୍ଟେମ୍ବର ୧୦ ସୁଦ୍ଧା ନିଜ ମୂଳ ବିଭାଗକୁ ଫେରିବାକୁନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ ନକଲେ ଦରମା ବନ୍ଦ କରାଯାଇପାରେ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ମହାରାଷ୍ଟ୍ରର୪୦ଟି ମନ୍ତ୍ରୀ କାର୍ଯ୍ୟାଳୟପାଇଁ ମୋଟ ୯୦୪ଟି ଅସ୍ଥାୟୀ ପଦକୁ ଅନୁମୋଦନ ମିଳିଥିଲା।
ତେବେ ସେଥିରୁ ମାତ୍ର୫୪୯ଟି ପଦ ନିୟମିତ ପ୍ରକ୍ରିୟାରେ ପୂରଣହୋଇଥିଲା। ଅବଶିଷ୍ଟ ପଦଗୁଡ଼ିକରେ outsourcing, deputation କିମ୍ବା ଅନୌପଚାରିକ ଆଦେଶ ମାଧ୍ୟମରେ ନିଯୁକ୍ତି ହୋଇଥିବା ସୂଚନା ମିଳିଛି।
ଏହି କାରଣରୁ ନିୟମିତ ପ୍ରକ୍ରିୟା ବାହାରେ ହୋଇଥିବା ନିଯୁକ୍ତିକୁ ନେଇ ସରକାର ଯାଞ୍ଚ ଆରମ୍ଭ କରିଛି।
ଏହି ପଦକ୍ଷେପMaharashtra Government Rules of Business, 2026ରେ ହୋଇଥିବା ପରିବର୍ତ୍ତନ ପରେ ଆସିଛି। ନୂଆ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ମନ୍ତ୍ରୀମାନଙ୍କ ଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତିକୁସମୀକ୍ଷା କରିବା ଏବଂ ଆବଶ୍ୟକ ହେଲେ ପ୍ରତ୍ୟାଖ୍ୟାନ କରିବାର ଅଧିକ ଅଧିକାରମିଳିଛି।
ସରକାରୀ ସୂତ୍ର ଅନୁସାରେ, ମହାୟୁତିର ତିନି ସହଯୋଗୀ ଦଳର କିଛି ମନ୍ତ୍ରୀ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା କମିବାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏବେ ପ୍ରତ୍ୟେକ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁଅନୁମୋଦିତ ପଦ ସଂଖ୍ୟା ମଧ୍ୟରେ ରହି କାର୍ଯ୍ୟ କରିବାକୁପଡ଼ିବ।
ଏହି ପଦକ୍ଷେପରେଚାରିଜଣ Private Secretaryମଧ୍ୟ ନିଜ ପଦ ହରାଇଛନ୍ତି। ଏହା ଫଳରେ ମନ୍ତ୍ରୀମାନଙ୍କ ପାଇଁ ନିଜ ନିର୍ବାଚନମଣ୍ଡଳୀ ସମ୍ପର୍କିତ କାର୍ଯ୍ୟ, ବିଧାନସଭା ପ୍ରଶ୍ନର ଉତ୍ତର ଓ ବିଭାଗୀୟ ଫାଇଲ୍ ପରିଚାଳନା କରିବାରେ ଅଧିକ ଚାପ ସୃଷ୍ଟି ହୋଇପାରେ ବୋଲି ସୂତ୍ର କହିଛି।
ନୂଆ ବ୍ୟବସ୍ଥା ଅନୁସାରେ ଆଗକୁ କୌଣସି ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ କର୍ମଚାରୀ ନିଯୁକ୍ତ କରିବାକୁ ହେଲେଯଥାଯଥ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚୂଡ଼ାନ୍ତ ଅନୁମୋଦନନେବାକୁ ପଡ଼ିବ।
ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ମନ୍ତ୍ରୀ କାର୍ଯ୍ୟାଳୟରେ ଅନଧିକୃତ ଓ ଅନିୟମିତ ନିଯୁକ୍ତିକୁ ରୋକିବା ସହ ନିଯୁକ୍ତି ପ୍ରକ୍ରିୟାରେସ୍ୱଚ୍ଛତା, ଯାଞ୍ଚ ଓ ଜବାବଦେହିତାବଢ଼ାଇବା ବୋଲି ମନେ କରାଯାଉଛି।
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
ବଲିଉଡ୍‌ ଦର୍ଶକଙ୍କ ମଧ୍ୟରେ ବହୁ ଚର୍ଚ୍ଚିତ ଫିଲ୍ମ &l...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ପ୍ରିୟ ଗାୟକଙ୍କ ଲାଇଭ୍ କନସର୍ଟ ଦେଖିବା ପାଇଁ ଅନେକ ପ୍ରଶଂସ...
ରାମାୟଣର ପୌରାଣିକ ଦୁନିଆ ଏବେ ବଡ଼ ପରଦାରେ ନୂଆ ରୂପରେ ଦେଖ...