Police arrest three in Maharashtra hospital assault case involving medical staff and Shiv Sena corporator.

ମହାରାଷ୍ଟ୍ରରେ ଡାକ୍ତରଙ୍କୁ ଆକ୍ରମଣ ମାମଲା: ୩ ଗିରଫ, ଶିବସେନା କର୍ପୋରେଟରଙ୍କ ବିରୋଧରେ ତଦନ୍ତ ଜାରି

ମହାରାଷ୍ଟ୍ରର କଲ୍ୟାଣ-ଡୋମ୍ବିଭ୍ଲି ହସ୍ପିଟାଲରେ ମହିଳା ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ସେ ଆକ୍ରମଣ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ମହାରାଷ୍ଟ୍ରର କଲ୍ୟାଣ-ଡୋମ୍ବିଭ୍ଲି ସ୍ଥିତ ଶାସ୍ତ୍ରୀ ନଗର ମ୍ୟୁନିସିପାଲ ହସ୍ପିଟାଲରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କ ସହ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ଜୁଲାଇ ୬ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଭିଡିଓରେ ଶିବସେନା କର୍ପୋରେଟର ରମେଶ ମହାତ୍ରେ ଜଣେ ମହିଳା ଡାକ୍ତର ଓ ଅନ୍ୟାନ୍ୟ ମେଡିକାଲ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଏବଂ ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିଲା।

ଘଟଣାର ତିନି ଦିନ ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ରମେଶ ମହାତ୍ରେଙ୍କ ନାମରେ ମଧ୍ୟ ଏତଲା ରୁଜୁ ହୋଇଛି। କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନ କମିଶନର ଅଭିନୟ ଗୋୟଲ ଏହାର ପୁଷ୍ଟି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଘଟଣାର ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି।

ଅନ୍ୟପକ୍ଷରେ, ରମେଶ ମହାତ୍ରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସମ୍ପୃକ୍ତ ଡାକ୍ତର ତାଙ୍କ ଝିଅ ସମାନ ଏବଂ ସେ କେବଳ ତାଙ୍କ ହାତକୁ ଠେଲି ଦେଇଥିଲେ, ମାଡ଼ ମାରିନଥିଲେ। ଭବିଷ୍ୟତରେ ଏଭଳି ଘଟଣା ପୁଣି ଘଟିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଏହି ଘଟଣା ପରେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ। ଘଟଣାକୁ ନେଇ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛି।

Latest News
ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର ୩୫.୮୯ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର...

ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩ କୋଟିରେ ବଢ଼ିବ ରେଳ ନେଟୱର୍କ

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩...

ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ ଡିଲ୍‌ ଶେଷ ପର୍ଯ୍ୟାୟରେ, ଯେକୌଣସି ସମୟରେ ବଡ଼ ଘୋଷଣା

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ...

ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ମାଡ଼ି ଆସିବ ଅଜଣା ରୋଗ, ଜନ୍ମ ନେବେ ‘ସୁପରହ୍ୟୁମାନ୍’!

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ!...

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭ ଦିନରେ ୫୨ ପାକ୍‌ ଯବାନ ନିହତ

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭...

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, କହିଲେ- ‘ପ୍ରଥମେ ମାଆଙ୍କୁ କ୍ଷମା ମାଗ’

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ...

ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+