Tribal families of Kumiapali village oppose relocation under the Lower Suktel Project in Odisha's Bolangir district.

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୁଣି ବଢ଼ିଲା ଉତ୍ତେଜନା, ଗ୍ରାମ ଛାଡ଼ିବାକୁ ମନା କଲେ କୁମିଆପାଲିର ୮୪ ପରିବାର

ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଲୋଇସିଂହା ବ୍ଲକ୍‌ର କୁମିଆପାଲି ଗ୍ରାମର ୮୪ଟି ଆଦିବାସୀ ପରିବାରଙ୍କୁ ପୁନର୍ବାସ ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବାବେଳେ, ସେମାନେ ଗ୍ରାମ ନ ଛାଡ଼ିବାକୁ ଶପଥ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ନେଇ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି।

ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମଙ୍ଗଳବାର ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋଇସିଂହା ବ୍ଲକ୍ର ବୁଢ଼ି ଅଞ୍ଚଳ ଅନ୍ତର୍ଗତ କୁମିଆପାଲି ଗ୍ରାମର ୮୪ଟି ପରିବାରଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ପ୍ରଭାବିତ ଆଦିବାସୀ ପରିବାର।

ପ୍ରଶାସନ ପକ୍ଷରୁ ପୁନର୍ବାସ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ପରିସ୍ଥିତିରେ ନିଜ ଭିଟାମାଟି ଛାଡ଼ିବେ ନାହିଁ। ଏହାକୁ ନେଇ ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।

ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଗ୍ରାମ ନ ଛାଡ଼ିବାକୁ ଶପଥ ନେଇଛନ୍ତି। ଲୋୟର ସୁକତେଲ ପ୍ରକଳ୍ପ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଥିବାବେଳେ ପ୍ରଭାବିତ ପରିବାରମାନେ ସେମାନଙ୍କର ପୂର୍ବ ନିଷ୍ପତ୍ତିରେ ଅଟଳ ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ବନ୍ଧ ଜଳ ଧୀରେ ଧୀରେ ଗ୍ରାମ ଆଡ଼କୁ ମାଡ଼ି ଆସୁଥିବା ସୂଚନା ମିଳିଥିବାବେଳେ ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କୁମିଆପାଲି ଗ୍ରାମରେ ପୁଲିସ ବାହିନୀ ମୁତୟନ କରାଯାଇଛି।

ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ କରାଯାଇଛି। ଏହାକୁ ବିସ୍ଥାପନ ଭାବେ ନୁହେଁ, ବରଂ ସ୍ଥାନାନ୍ତର ପ୍ରକ୍ରିୟା ଭାବେ ଦେଖାଯିବା ଉଚିତ।

ସେ କହିଛନ୍ତି, "ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ କୌଣସି ସମସ୍ୟା ହେବା କଥା ନୁହେଁ। ତେବେ ବର୍ଷା ଋତୁ ହୋଇଥିବାରୁ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ନ ହେଉ, ଯେଉଁଥିରେ ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟହୀନ ହୋଇପଡ଼ିବେ।"

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭାବିତ ପରିବାରମାନଙ୍କ ପୁନର୍ବାସ ପାଇଁ ଜମି ଯୋଗାଇ ଦିଆଯାଇଛି। ତଥାପି ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Latest News
ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’ ଛାଡ଼ କରିବ ଏହି ବିଶ୍ୱବିଦ୍ୟାଳୟ

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’...

ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ଚର୍ଚ୍ଚା, ରେଡ୍‌ ପରେ ସୋସିଆଲ ମିଡିଆରେ ଷ୍ଟାର୍ ହେଲେ ତୁକାରାମ ମୁଣ୍ଡେ!

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ଚର୍ଚ୍ଚା, ରେଡ୍‌...

ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିର...

ଶିକ୍ଷକ ନିଯୁକ୍ତି ନେଇ ଆସାମ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ଯୋଗ୍ୟତା ନଥିଲେ ଚାକିରିରେ ରହିପାରିବେନି

ଶିକ୍ଷକ ନିଯୁକ୍ତି ନେଇ ଆସାମ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ...

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆସାମ ସରକାରଙ୍କୁ ବଡ଼...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ଭୂମିକମ୍ପରେ ଥରିଲା ଆସାମ, ଭୟରେ ଘରୁ ବାହାରି ଆସିଲେ ଲୋକେ

ଭୂମିକମ୍ପରେ ଥରିଲା ଆସାମ, ଭୟରେ ଘରୁ ବାହାରି...

ଆସାମରେ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଲାଗିଛି। ସକାଳ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+