ଦୀପାବଳିରେ ଦେଶବ୍ୟାପୀ ଅଗ୍ନିକାଣ୍ଡରେ ୨୩ ମୃତ! ମଧ୍ୟପ୍ରଦେଶରେ ସର୍ବାଧିକ ମୃତ୍ୟୁ, ମହାରାଷ୍ଟ୍ରରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଗଲା

ଦୀପାବଳି ଉତ୍ସବ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଘଟିଥିବା ଅଗ୍ନିକାଣ୍ଡ ଓ ବାଣ ଦୁର୍ଘଟଣାରେ ଅତି କମ୍‌ରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର କଟନୀ ଓ ସିଓନିରେ ଦୁଇଟି ଘରେ ନିଆଁ ଲାଗି ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ଉଜ୍ଜୈନରେ ଆଉ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
diwali-fire-accidents-23
diwali-fire-accidents-23

ନୂଆଦିଲ୍ଲୀ: ଦୀପାବଳିର ଆଲୋକ ଓ ଆନନ୍ଦ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଘଟିଛି ଅନେକ ହୃଦୟବିଦାରକ ଅଗ୍ନିକାଣ୍ଡ। ଘର, ଦୋକାନ ଓ ବାଣ ଦୁର୍ଘଟଣାରେ ଅନେକ ପରିବାରର ଖୁସି ଶୋକରେ ପରିଣତ ହୋଇଛି। ନଭେମ୍ବର ୮ ରାତିରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଅନୁସାରେ, ଏହି ଘଟଣାଗୁଡ଼ିକରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଦିଲ୍ଲୀରେ ସବୁଠାରୁ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶରେ ୧୩ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର କଟନୀ ଓ ସିଓନି ଜିଲ୍ଲାରେ ଦୁଇଟି ଭୟାବହ ଘରୋଇ ଅଗ୍ନିକାଣ୍ଡରେ ୧୨ ଜଣଙ୍କ ଜୀବନ ଯାଇଛି। କଟନୀ ଜିଲ୍ଲାର ବରହି ଅଞ୍ଚଳରେ ଦୀପାବଳି ରାତିରେ ଏକ ତିନି ମହଲା କୋଠାରେ ନିଆଁ ଲାଗିଥିଲା। ତଳ ମହଲାରେ ଦୋକାନ ଥିବାବେଳେ ଉପର ମହଲାରେ ପରିବାର ରହୁଥିଲେ। ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଘର ଭିତରେ ଥିବା ୬ ଜଣ ବାହାରି ପାରିନଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ମାତ୍ର ଦୁଇ ମାସ ବୋଲି ରିପୋର୍ଟରେ କୁହାଯାଇଛି। ଧୂଆଁରେ ଶ୍ୱାସରୁଦ୍ଧ ହେବା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ସେହିପରି ସିଓନି ଜିଲ୍ଲାର ଛପାରା ଅଞ୍ଚଳରେ ସୋମବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ ଏକ ତିନି ମହଲା ଘରେ ନିଆଁ ଲାଗିଥିଲା। ସେହି ସମୟରେ ଘରେ ୧୦ ଜଣ ଥିଲେ। ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ୧୬ ବର୍ଷର ଜଣେ କିଶୋର ମଧ୍ୟ ଅଛନ୍ତି। ଏହି ଦୁଇ ଘଟଣାରେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି।

ଏହା ବ୍ୟତୀତ ଉଜ୍ଜୈନର ନାଗଝିରି ଅଞ୍ଚଳରେ ଦେବାସ ରୋଡ୍‌ର ଏକ ହାର୍ଡୱେର୍ ଦୋକାନ ଥିବା କୋଠାରେ ନିଆଁ ଲାଗିଥିଲା। ନିଆଁ ଓ ଧୂଆଁ ମଧ୍ୟରେ ଫସିଯାଇଥିବା ୧୦୭ ବର୍ଷୀୟ ମୋହନଲାଲଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ମଧ୍ୟପ୍ରଦେଶରେ ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିବା ରିପୋର୍ଟ ହୋଇଛି।

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ୟେଡଶି ଗାଁରେ ଦୀପାବଳି ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ଏକ କିରାଣା ଦୋକାନ ଉପରେ ଥିବା ଘରେ ନିଆଁ ଲାଗିଥିଲା। ସେଠାରେ କରଣ୍ଡେ ପରିବାର ରହୁଥିଲେ। ରାତିରେ ନିଆଁ ଲାଗିବାରୁ ପରିବାର ସଦସ୍ୟମାନେ ନିଜକୁ ବଞ୍ଚାଇବା ପାଇଁ ଯଥେଷ୍ଟ ସମୟ ପାଇନଥିଲେ। ଏହି ଦୁର୍ଘଟଣାରେ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ତଥ୍ୟ ଅନୁସାରେ, ଦୁଇ ଜଣ ନିଆଁରେ ପୋଡ଼ି ଏବଂ ଅନ୍ୟ ଚାରି ଜଣ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ଅନୁମାନ ଅନୁସାରେ, ଘରେ ଜଳୁଥିବା ଦୀପରୁ ନିଆଁ ଲାଗିଥାଇପାରେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

ମୁମ୍ବାଇର ଲୋଖଣ୍ଡୱାଲା ଅଞ୍ଚଳରେ ଅନ୍ୟ ଏକ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଡୋଙ୍ଗରି ଅଞ୍ଚଳରେ ମଧ୍ୟ ନିଆଁ ଲାଗି କିଛି ଦୋକାନ ଓ ଝୁମ୍ପୁଡ଼ି ଘର କ୍ଷତିଗ୍ରସ୍ତ ହୋଇଛି।

ରାଜସ୍ଥାନରେ ବାଣ ଦୋକାନରେ ନିଆଁ, ୨ ମୃତ

ରାଜସ୍ଥାନର ପାଲି ଜିଲ୍ଲାର ଫାଲନା ସହରରେ ରବିବାର ରାତି ପ୍ରାୟ ୧୦ଟାରେ ଏକ ବାଣ ଦୋକାନରେ ଭୟଙ୍କର ନିଆଁ ଲାଗିଥିଲା। ପ୍ରାଥମିକ ସୂଚନା ଅନୁସାରେ, ରାସ୍ତାରେ ବାଣ ଫୁଟାଯାଉଥିବା ସମୟରେ ଏକ ନିଆଁର ଝୁଲ ଦୋକାନ ଭିତରକୁ ପଡ଼ିବାରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଦ୍ରୁତଗତିରେ ବ୍ୟାପି ନିକଟରେ ଥିବା ବ୍ୟାଟେରି ଓ କଟଲେରି ଦୋକାନକୁ ମଧ୍ୟ ଗ୍ରାସ କରିଥିଲା।

ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଆଉ ୩ ଜଣ ନିଖୋଜ ଥିବା ଖବର ମିଳିଛି। ଅଗ୍ନିକାଣ୍ଡରେ ତିନୋଟି ଦୋକାନ ସହ ନିକଟରେ ରଖାଯାଇଥିବା ଅନେକ ଦୁଇଚକିଆ ଯାନ ଜଳି ନଷ୍ଟ ହୋଇଛି। ନିଖୋଜ ଲୋକଙ୍କୁ ଖୋଜିବା ଓ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଉଦ୍ଧାରକାରୀ ଦଳ କାମ କରିଥିଲେ।

ଦିଲ୍ଲୀରେ ରକେଟ୍ ବାଣ ନେଲା ୧୦ ବର୍ଷର ଶିଶୁର ଜୀବନ

ଦିଲ୍ଲୀର ନରେଲା ଅଞ୍ଚଳରେ ନଭେମ୍ବର ୮ ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ଜଣେ ୧୦ ବର୍ଷର ଶିଶୁ ଘର ସାମ୍ନାରେ ବାଣ ଫୁଟାଉଥିଲା। ଏହି ସମୟରେ ରକେଟ୍ ବାଣଟି ଶିଶୁର ଶରୀରରେ ଆଘାତ କରିଥିଲା। ଏଥିରେ ତା’ର ଛାତିରେ ଗୁରୁତର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ଓଡ଼ିଶାର କଟକରେ ମଧ୍ୟ ଅଗ୍ନିକାଣ୍ଡ, ୭ ବର୍ଷର ଶିଶୁ ମୃତ

ଦୀପାବଳି ପରବର୍ତ୍ତୀ ଭୋର ସମୟରେ ଓଡ଼ିଶାର କଟକ ସହରର ଦରଘାବଜାର ଅଞ୍ଚଳରେ ମଧ୍ୟ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି। ରକି ଟେଲର ଗଳିରେ ଥିବା ଅଶୋକ ମାରୱାଡ଼ିଙ୍କ ଘରେ ସୋମବାର ଭୋର ପ୍ରାୟ ୪ଟାରେ ନିଆଁ ଲାଗିଥିଲା। ସେହି ସମୟରେ ଘରେ ପ୍ରାୟ ୮ ଜଣ ଥିଲେ। ନିଆଁ ଓ ଧୂଆଁ ଯୋଗୁଁ ଘର ଭିତରେ ଲୋକେ ଫସିଯାଇଥିଲେ। ଏହି ଘଟଣାରେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଖବର ପାଇ ଅଗ୍ନିଶମ ବିଭାଗର ପାଞ୍ଚଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂକୀର୍ଣ୍ଣ ଗଳି ଓ ମୁଖ୍ୟ ରାସ୍ତାଠାରୁ ଘରର ଦୂରତା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ପହଞ୍ଚିବାରେ ଅସୁବିଧା ହୋଇଥିଲା। ପ୍ରାୟ ତିନି ଘଣ୍ଟାର ଉଦ୍ଧାର ଓ ଅଗ୍ନିନିର୍ବାପନ ପରେ ନିଆଁ ଆୟତ୍ତ ହୋଇଥିଲା ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।

ଅନେକ ସହରରେ ଅଗ୍ନିକାଣ୍ଡ, ଦୋକାନ ଓ ଗାଡ଼ି ନଷ୍ଟ

ଦୀପାବଳି ସମୟରେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଅନେକ ଅଗ୍ନିକାଣ୍ଡ ଘଟିଛି। ପୁଣେରେ ଗୋଟିଏ ରାତିରେ ୬୩ଟି ଅଗ୍ନିକାଣ୍ଡ ସମ୍ପର୍କିତ ଘଟଣା ରିପୋର୍ଟ ହୋଇଥିଲେ ମଧ୍ୟ ସେଠାରେ ମୃତାହତ ଖବର ମିଳିନାହିଁ। ଜମ୍ମୁର ନେହରୁ ମାର୍କେଟରେ ନିଆଁ ଲାଗି ୧୨ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ନାଗପୁରର ଏକ TVS ଶୋ’ରୁମ୍‌ରେ ନିଆଁ ଲାଗି ଅନେକ ଦୁଇଚକିଆ ଯାନ ନଷ୍ଟ ହୋଇଥିବାବେଳେ ଥାଣେର ଏକ ୧୭ ମହଲା କୋଠାରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଉତ୍ତରପ୍ରଦେଶର ବାନ୍ଦାରେ ଏକ ଜଙ୍କ୍ ଗୋଦାମରେ ନିଆଁ ଲାଗି ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏହି ଘଟଣା ପୁଣିଥରେ ଦୀପାବଳି ସମୟରେ ଅଗ୍ନି ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ବାଣ ଫୁଟାଇବା ସମୟରେ ଶିଶୁଙ୍କୁ ବୟସ୍କଙ୍କ ନଜରରେ ରଖିବା, ଦୋକାନ ଓ ଘରଠାରୁ ଦୂରରେ ଖୋଲା ସ୍ଥାନରେ ବାଣ ଫୁଟାଇବା ଏବଂ ଅଗ୍ନି ନିର୍ବାପନ ବ୍ୟବସ୍ଥା ରଖିବା ଅତ୍ୟନ୍ତ ଜରୁରୀ। 

LIVE TV
LIVE
Latest News
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା! ସଞ୍ଜୟଙ୍କୁ ଅଧିନାୟକ ଦାୟିତ୍ୱ, LA 2028 ଉପରେ ନଜର

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଦଳ...

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ପୁରୁଷ ହକି...

ପ୍ରଥମେ 'ରାମାୟଣ'କୁ କଲେ ଟ୍ରୋଲ୍, ପରେ ପ୍ରଶଂସାରେ ଶତମୁଖ ହେଲେ କମେଡିଆନ୍ ରବି ଗୁପ୍ତା!

ପ୍ରଥମେ 'ରାମାୟଣ'କୁ କଲେ ଟ୍ରୋଲ୍, ପରେ ପ୍ରଶଂସାରେ...

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଫିଲ୍ମ ରା...

ପେନାଲ୍ଟି ନିଷ୍ପତ୍ତିକୁ ନେଇ ଫୁଟବଲ୍ ଫାଇନାଲରେ ତୁମୁଳକାଣ୍ଡ! ପଡ଼ିଆରେ ପଶିଲେ ଦର୍ଶକ, ଫିଙ୍ଗିଲେ ଚେୟାର

ପେନାଲ୍ଟି ନିଷ୍ପତ୍ତିକୁ ନେଇ ଫୁଟବଲ୍ ଫାଇନାଲରେ ତୁମୁଳକାଣ୍ଡ!...

ମୟୂରଭଞ୍ଜ: ଫୁଟବଲ୍ ମ୍ୟାଚ୍ରେ ରେଫରୀଙ୍କ ଏକ ନିଷ୍ପତ୍ତିକୁ...

‘ରାମାୟଣ’କୁ ପଛରେ ପକାଇଲା ‘ଗଡଜିଲା ମାଇନସ୍ ଜିରୋ’! ଓପନିଂରେ ବିଶ୍ୱବ୍ୟାପୀ ୫୬୭ କୋଟି ଆୟ

‘ରାମାୟଣ’କୁ ପଛରେ ପକାଇଲା ‘ଗଡଜିଲା ମାଇନସ୍ ଜିରୋ’!...

ବିଶ୍ୱ ସିନେମା ଜଗତରେ ଏବେ ଚର୍ଚ୍ଚାରେ ଜାପାନୀ ଫିଲ୍ମ &lsq...

ରାମାୟଣର ଉର୍ମିଳାଙ୍କ ତ୍ୟାଗ ଭାବି ଆଶ୍ଚର୍ଯ୍ୟ ସୋନିଆ ବଲାନୀ! କହିଲେ- ମୋ କଳ୍ପନା ବାହାରେ

ରାମାୟଣର ଉର୍ମିଳାଙ୍କ ତ୍ୟାଗ ଭାବି ଆଶ୍ଚର୍ଯ୍ୟ ସୋନିଆ...

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ &#39...

ହାର୍ଦ୍ଦିକଙ୍କ ବଦଳରେ ଅର୍ଶଦୀପ! ମୁମ୍ବାଇକୁ ଫାଇଦା, ପଞ୍ଜାବର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଭିନବ ମୁକୁନ୍ଦ

ହାର୍ଦ୍ଦିକଙ୍କ ବଦଳରେ ଅର୍ଶଦୀପ! ମୁମ୍ବାଇକୁ ଫାଇଦା, ପଞ୍ଜାବର...

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ କ୍ରିକେଟ୍&zwn...

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା ୧.୧୧ ଲକ୍ଷ ଟିକେଟ୍, ପଛରେ ପଡ଼ିଲା ‘ଧୁରନ୍ଧର ୨’ ଓ ‘ପୁଷ୍ପା ୨’!

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା...

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ! ଗମ୍ଭୀରଙ୍କ ସହ ରହିବେନି ବ୍ୟାଟିଂ ଓ ବୋଲିଂ କୋଚ୍

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼...

ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ!...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+