ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣନାକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓ କଡା ନିଷ୍ପତ୍ତି ନିଆଯାଇଛି। ଆଜି, ମଇ ୪ ତାରିଖରେ, ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ କୌଣସି ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ କରାଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।
ପୁଲିସ କହିଛି ଯେ ଭୋଟ ଗଣନା ପ୍ରକ୍ରିୟା ଶେଷ ହେଉଅ ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତିକୁ ସତର୍କତା ସହ ନଜରରେ ରଖାଯିବ। ସାର୍ବଜନୀନ ଶୃଙ୍ଖଳା, ଶାନ୍ତି ଓ ସଦ୍ଭାବନା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନିର୍ବାଚନ ଫଳାଫଳ ସମୟରେ ବିଭିନ୍ନ ଦଳର ସମର୍ଥକମାନେ ଉତ୍ସବ ପାଳନ କରିବାରେ ସାଧାରଣତଃ ରାସ୍ତାରେ ନାମିଥାନ୍ତି। ଏହା ଦ୍ୱାରା କେବେ କେବେ ଆଇନ-ଶୃଙ୍ଖଳା ପରିସ୍ଥିତି ଅସ୍ଥିର ହେବାର ସମ୍ଭାବନା ଥାଏ। ସେଥିପାଇଁ ପୂର୍ବସ୍ତୁତି ଭାବେ ପୁଲିସ ଏହି ନିଷେଧାଜ୍ଞା ଜାରି କରିଛି।
ସହରର ସମସ୍ତ ସ୍ଥାନରେ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ଏବଂ ଆବଶ୍ୟକ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସଚେତନ କରିଛି।
ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ଜଗତକୁ ଏକ ଅପୂରଣୀୟ କ୍ଷତି...
ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଅଭିଯାନ ମଧ୍ୟରେ ଖୋର୍ଦ୍ଧା ପୁଲ...
ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକର ସମାନ ବିକାଶ ଏବଂ ଡିଏମଏଫ୍ (...
ରାଜ୍ୟରେ ଆଇନ-ଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ସ...