ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣନାକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓ କଡା ନିଷ୍ପତ୍ତି ନିଆଯାଇଛି। ଆଜି, ମଇ ୪ ତାରିଖରେ, ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ କୌଣସି ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ କରାଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।
ପୁଲିସ କହିଛି ଯେ ଭୋଟ ଗଣନା ପ୍ରକ୍ରିୟା ଶେଷ ହେଉଅ ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତିକୁ ସତର୍କତା ସହ ନଜରରେ ରଖାଯିବ। ସାର୍ବଜନୀନ ଶୃଙ୍ଖଳା, ଶାନ୍ତି ଓ ସଦ୍ଭାବନା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନିର୍ବାଚନ ଫଳାଫଳ ସମୟରେ ବିଭିନ୍ନ ଦଳର ସମର୍ଥକମାନେ ଉତ୍ସବ ପାଳନ କରିବାରେ ସାଧାରଣତଃ ରାସ୍ତାରେ ନାମିଥାନ୍ତି। ଏହା ଦ୍ୱାରା କେବେ କେବେ ଆଇନ-ଶୃଙ୍ଖଳା ପରିସ୍ଥିତି ଅସ୍ଥିର ହେବାର ସମ୍ଭାବନା ଥାଏ। ସେଥିପାଇଁ ପୂର୍ବସ୍ତୁତି ଭାବେ ପୁଲିସ ଏହି ନିଷେଧାଜ୍ଞା ଜାରି କରିଛି।
ସହରର ସମସ୍ତ ସ୍ଥାନରେ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ଏବଂ ଆବଶ୍ୟକ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସଚେତନ କରିଛି।
ଟାଟା ଗ୍ରୁପ୍‌ର ମାଲିକାନା ଓ ଆର୍ଥିକ ଢାଞ୍ଚାରେ ବଡ଼...
ନୂଆଦିଲ୍ଲୀ: ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...
ହକି ପଡ଼ିଆରେ ଜଣେ ମହାନ ଖେଳାଳିଙ୍କ ପରିଚୟ କେବଳ ଗୋଲ୍&zwn...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଚତୁର୍ଥ T20...