ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍ରେ ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲ୍ରେ ଉଭୟ ଦଳ ଏକତରଫା ବିଜୟ ହାସଲ କରି ଟାଇଟଲ୍ ଜିତିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି ।
ପୁରୁଷ ସେମିଫାଇନାଲ୍ରେ ଭାରତ ବାଂଲାଦେଶକୁ ୫୬-୨୭ ପଏଣ୍ଟରେ ପରାସ୍ତ କରିଛି। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ପାଞ୍ଚ ମିନିଟ୍ ମଧ୍ୟରେ ଭାରତ ପ୍ରଥମ ଅଲ୍ଆଉଟ୍ ହାସଲ କରିଥିଲା। ରେଡିଂରେ ନବୀନ କୁମାର ଓ ନୀରଜ ନରୱାଲ୍ ଭଲ ପ୍ରଦର୍ଶନ କରିଥିବା ବେଳେ ଦୀପକ ଏସ୍ ଓ ଶୁଭମ୍ ସିନ୍ଧେ ରକ୍ଷଣଭାଗକୁ ମଜବୁତ୍ ରଖିଥିଲେ ।
ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୮-୮ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ନିଜର ଦବ୍ଦବା ଜାରି ରଖିଥିଲା । ଭାରତ ପକ୍ଷରୁ ଭରତ ହୁଡା ସର୍ବାଧିକ ୧୩ ପଏଣ୍ଟ ହାସଲ କରିଥିବା ବେଳେ ଶିବମ୍ ପଟାରେ ୧୧ ଓ ନୀରଜ ନରୱାଲ୍ ୯ ପଏଣ୍ଟ ଯୋଗ କରିଥିଲେ। ରକ୍ଷଣଭାଗରେ ଅଜିତ ପାୱାର ୮ଟି ଟ୍ୟାକଲ୍ ପ୍ରୟାସରୁ ୫ ପଏଣ୍ଟ ହାସଲ କରିଥିଲେ ।
ଅନ୍ୟ ଏକ ପୁରୁଷ ସେମିଫାଇନାଲ୍ରେ ଶ୍ରୀଲଙ୍କା କେନିଆକୁ ୨୮-୨୪ରେ ହରାଇ ଫାଇନାଲ୍ରେ ପହଞ୍ଚିଛି । ଏବେ ଟାଇଟଲ୍ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ ।
ମହିଳା ସେମିଫାଇନାଲ୍ରେ ମଧ୍ୟ ଭାରତୀୟ ଦଳ ନିଜର ଶକ୍ତି ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୩୯-୧୪ରେ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୪-୭ ପଏଣ୍ଟରେ ଆଗୁଆ ଥିଲା ।
ଭାରତ ପକ୍ଷରୁ ସାକ୍ଷୀ ୧୧ ପଏଣ୍ଟ ହାସଲ କରିଥିଲେ । ସେଥିରେ ୮ଟି ରେଡ୍ ପଏଣ୍ଟ ଓ ୩ଟି ଟ୍ୟାକଲ୍ ପଏଣ୍ଟ ରହିଥିଲା। ଅଧିନାୟିକା ନିଧି ଶର୍ମା ୧୨ଟି ରେଡ୍ରୁ ୧୦ ପଏଣ୍ଟ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ରିତୁ ୪ଟି ଓ ସୁମନ ୩ଟି ଟ୍ୟାକଲ୍ ପଏଣ୍ଟ ଯୋଗ କରିଥିଲେ ।
ଅନ୍ୟ ମହିଳା ସେମିଫାଇନାଲ୍ରେ ଉଗାଣ୍ଡା କେନିଆକୁ ୨୩-୨୧ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି । ତେଣୁ ମହିଳା ବର୍ଗରେ ଭାରତ ଓ ଉଗାଣ୍ଡା ମଧ୍ୟରେ ଟାଇଟଲ୍ ମୁକାବିଲା ହେବ ।
ସେମିଫାଇନାଲ୍ରେ ଦମ୍ଦାର ବିଜୟ ପରେ ଭାରତୀୟ ଦଳ ଏବେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଶନିବାର ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ଭାରତୀୟ ମହିଳା ଦଳ ଉଗାଣ୍ଡା ବିପକ୍ଷରେ ଫାଇନାଲ୍ ଖେଳିବ । ସେହିପରି ରାତି ୯ଟାରେ ପୁରୁଷ ଦଳ ଶ୍ରୀଲଙ୍କାକୁ ଭେଟିବ ।
ଉଭୟ ଦଳ ସେମିଫାଇନାଲ୍ରେ ଦେଖାଇଥିବା ଫର୍ମକୁ ଫାଇନାଲ୍ରେ ଜାରି ରଖିପାରିଲେ ଭାରତ ପାଇଁ ଦୁଇଟି ଟାଇଟଲ୍ ଜିତିବାର ସୁଯୋଗ ରହିଛି । ଏବେ ସମସ୍ତଙ୍କ ନଜର ଫାଇନାଲ୍ ମୁକାବିଲା ଉପରେ ।
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ପ...
‘Pride and Prejudice’ର ନୂଆ ଟ୍ରେଲର୍&zwn...
Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଆ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...