ନୂଆପଡ଼ା ଜିଲ୍ଲାର ଖଡ଼ିଆର ଉପଖଣ୍ଡ ଚିକିତ୍ସାଳୟରେ ବିଦ୍ୟୁତ ସରବରାହ ବ୍ୟାହତ ହେବାରୁ ସ୍ୱାସ୍ଥ୍ୟସେବା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛି ଦିନ ଧରି ହସ୍ପିଟାଲରେ ବିଦ୍ୟୁତ ନଥିବାରୁ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ବିଦ୍ୟୁତ ଅଭାବରେ ଡାକ୍ତର ଓ ନର୍ସମାନେ ମୋବାଇଲ ଫୋନର ଟର୍ଚ୍ଚ ଆଲୋକ ବ୍ୟବହାର କରି ରୋଗୀଙ୍କୁ ସାଲାଇନ ଦେବା, ଇଞ୍ଜେକ୍ସନ ଦେବା, ରକ୍ତଚାପ ଯାଞ୍ଚ, ରକ୍ତରେ ଶର୍କରା ପରୀକ୍ଷା ଓ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ସେବା ଯୋଗାଇଥିଲେ।
କେବଳ ଚିକିତ୍ସା ସେବା ନୁହେଁ, ବିଭିନ୍ନ ପରୀକ୍ଷା ମଧ୍ୟ ବିଦ୍ୟୁତ ଅଭାବରୁ ପ୍ରଭାବିତ ହୋଇଥିଲା। ରୋଗୀମାନେ ଆବଶ୍ୟକ ମେଡିକାଲ ଟେଷ୍ଟ କରାଇବାରେ ଅନେକ ସମସ୍ୟା ଭୋଗିଥିବା ଅଭିଯୋଗ ହୋଇଛି।
ହସ୍ପିଟାଲରେ ଜେନେରେଟର ବ୍ୟବସ୍ଥା ଥିଲେ ମଧ୍ୟ ଇନପୁଟ୍ ଲାଇନରେ ଟେକ୍ନିକାଲ ତ୍ରୁଟି ଥିବାରୁ ବ୍ୟାକଅପ୍ ବିଦ୍ୟୁତ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଫଳରେ ସମଗ୍ର ହସ୍ପିଟାଲ ଅନ୍ଧାରରେ ରହିଥିଲା।
ସ୍ଥାନୀୟ ବାସିନ୍ଦା ଅହଲ୍ୟା ମେହେର କହିଛନ୍ତି, "ହସ୍ପିଟାଲରେ ବିଦ୍ୟୁତ ନଥିବାରୁ ବିଶେଷକରି ଶିଶୁମାନେ ବହୁତ ଅସୁବିଧା ଭୋଗୁଛନ୍ତି। ହସ୍ପିଟାଲରେ ସବୁବେଳେ ବିଦ୍ୟୁତ ରହିବା ଦରକାର। ବର୍ତ୍ତମାନ ସମ୍ପୂର୍ଣ୍ଣ ଅନ୍ଧାର ରହିଥିବାରୁ ମୋବାଇଲ ଫ୍ଲାସଲାଇଟ୍ରେ କାମ ଚାଲିଛି।"
ଖଡ଼ିଆର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର-ଇନ୍-ଚାର୍ଜ ରଞ୍ଜିତ ରାଉତ କହିଛନ୍ତି ଯେ, ଶୁକ୍ରବାର ରାତି ପ୍ରାୟ ୧୧ଟାରୁ ଟେକ୍ନିକାଲ ତ୍ରୁଟି ଯୋଗୁଁ ବିଦ୍ୟୁତ ବନ୍ଦ ରହିଛି। ଏନେଇ ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ବେଳେ ମରାମତି କାମ ଜାରି ରହିଛି ଏବଂ ଶୀଘ୍ର ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଛି।
ଏହି ଘଟଣା ସରକାରୀ ହସ୍ପିଟାଲର ମୌଳିକ ଭିତ୍ତିଭୂମି ଓ ଜରୁରୀକାଳୀନ ବ୍ୟାକଅପ୍ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...