ମଦ୍ୟପାନ ପରେ ସାଙ୍ଗମାନଙ୍କ ମଧ୍ୟରେ ବଚସା ଏବଂ ତା’ପରେ ମାଡ଼ପିଟ୍। ସାଙ୍ଗଙ୍କ ଗୋଇଠା ମାଡ଼ରେ ଜଣେ ୱାର୍ଡମେମ୍ବରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାରେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣାପଳାଶପାଳ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି।
ମୃତକ ହେଲେ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡମେମ୍ବର ମନୋଜ କୁମାର ନାଏକ ଓରଫ ନାଳୁ।
ସୂଚନା ଅନୁସାରେ, ଗତ ସନ୍ଧ୍ୟାରେ ମନୋଜ ନିଜର କିଛି ସାଙ୍ଗଙ୍କ ସହ ଏକାଠି ବସି ମଦ୍ୟପାନ କରୁଥିଲେ। କିଛି ସମୟ ପରେ କୌଣସି ଏକ କାରଣକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା।
ଏହି ସମୟରେ ଜଣେ ସାଙ୍ଗ ଉତ୍ତ୍ୟକ୍ତ ହୋଇ ମନୋଜଙ୍କ ଛାତିକୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଏହାପରେ ମନୋଜ ଗୁରୁତର ହୋଇପଡ଼ିଥିଲେ।
ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ରେବଣାପଳାଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ମନୋଜଙ୍କ ପରିବାର ପକ୍ଷରୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମନୋଜଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛି।
ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ଥାନାଧିକାରୀଙ୍କ ସୂଚନା ଅନୁସାରେ, ପରିବାରର ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣା ପରେ ରେବଣାପଳାଶପାଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ରାଜଧାନୀ ଦିଲ୍ଲୀରେ ଆଗାମୀBRICS ସମ୍ମିଳନୀପାଇଁ ପ୍ରସ୍ତୁତି...
ସଫଳତା ପାଇଁ ବଡ଼ ପରିବାରିକ ପୃଷ୍ଠଭୂମି କିମ୍ବା ଉତ୍ତରାଧିକ...
ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ଷ୍ଟକ୍ ଏକ୍ସଚେଞ୍ଜ ଏବଂ ଅନ୍ୟ ପ୍ରମୁଖ ମାର୍କେଟ୍ ଇନ୍ଫ୍ରାଷ୍...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
PF ଦାବି ପରିଶୋଧରେ ବିଳମ୍ବ କରିବା ଏବେ EPFOକୁ ମହଙ୍ଗା ପଡ...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...