କେନ୍ଦ୍ରାପଡ଼ା ଜିଲ୍ଲାରେ ସାମାନ୍ୟ କଥାକୁ କେନ୍ଦ୍ର କରି ଘଟିଥିବା ହିଂସାତ୍ମକ ସଂଘର୍ଷ ଜଣେ ଯୁବକଙ୍କ ଜୀବନ ନେଇଛି। ଜିଲ୍ଲାର ରାଜନଗର ଥାନା ଅଧୀନ ଇଶାଣୀପାଳି ଗାଁରେ ସଜନା ଛିଣ୍ଡାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଏହି ବିବାଦ ହିଂସାତ୍ମକ ରୂପ ନେବା ସହ ଜଣେ ନିର୍ଦ୍ଦୋଷ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ବୁଧବାର ପ୍ରଭାକର ନାୟକ ଓ ପ୍ରତାପ ନାୟକଙ୍କ ପରିବାର ମଧ୍ୟରେ ସଜନା ଛିଣ୍ଡାକୁ ନେଇ ବଚସା ହୋଇଥିଲା। ବିବାଦ ବଢ଼ିବା ପରେ ପ୍ରତାପ ନାୟକଙ୍କ ପୁଅ ସୁଶାନ୍ତ ନାୟକ ନିକଟସ୍ଥ ଗାଁରୁ ପ୍ରାୟ ୧୦ରୁ ୧୫ ଜଣ ଯୁବକଙ୍କୁ ଡାକି ଆଣି ପ୍ରଭାକର ନାୟକଙ୍କ ବଡ଼ ପୁଅଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହାପରେ ଦୁଇ ପକ୍ଷ ମଧ୍ୟରେ ଭୟଙ୍କର ମାରପିଟ ହୋଇଥିଲା। ଏହି ସଂଘର୍ଷ ସମୟରେ କାଜଳାବନ୍ଧ ଗାଁର କୈଳାଶ ମଲ୍ଲିକ ହିଂସାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଭାକର ନାୟକ ଓ ପ୍ରତାପ ନାୟକ ଦୁଇ ଭାଇ ହୋଇଥିବା ସତ୍ତ୍ୱେ ଜମିଜମା ସମ୍ପର୍କିତ ଏକ ବିବାଦ ଦୀର୍ଘଦିନ ଧରି ଅଦାଲତରେ ବିଚାରାଧୀନ ରହିଛି। ସେହି ପୁରୁଣା ବିବାଦ ମଧ୍ୟ ଏହି ଘଟଣାର ପୃଷ୍ଠଭୂମି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ପୁଲିସ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକା ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...