କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସିଛି ଦୁଃଖଦ ଖବର। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି। ଭବାନୀପାଟଣା ସଦର ଥାନା ଅଧୀନ କରଲାସୁଡ଼ା ଗାଁରେ ଘଟିଛି ଏହି ଅଘଟଣ।
ସୂଚନା ଅନୁସାରେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଝିଅଙ୍କ ମୃତ୍ୟୁ ହୋଇଥିଲା। ପରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ମା’ଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚିକିତ୍ସାରେ ଅବହେଳା ଯୋଗୁଁ ମା’ଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ନ୍ୟାୟ ଏବଂ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ପରିବାର ଲୋକ ଓ ଗ୍ରାମବାସୀ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଖି ଧାରଣାରେ ବସିଛନ୍ତି।
ଘଟଣାକୁ ନେଇ ଚାପା ଉତ୍ତେଜନା ଥିବାରୁ ଭବାନୀପାଟଣା ସଦର ଓ ଟାଉନ୍ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ, ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ତଦନ୍ତ ପରେ ବିଦ୍ୟୁତ୍ ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ଏବଂ ପରିବାର ପକ୍ଷରୁ ହୋଇଥିବା ଚିକିତ୍ସା ଅବହେଳା ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ।
ଫିଲ୍ମମେକରବିବେକ ଅଗ୍ନିହୋତ୍ରୀ‘Hanuman Ansh&rsqu...
‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...
ବକ୍ସ ଅଫିସ୍ରେ ଏବେ **‘Hanuman Ansh’**ର ଦ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...
ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...