ଏନଇଇଟି ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଗତ ଏକ ମାସ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି। ସୋମବାର ସଂସଦ ଅଭିମୁଖେ ପଦଯାତ୍ରା ପୂର୍ବରୁ ପ୍ରତିବାଦ ସ୍ଥଳରେ ପଥର ବୋଝେଇ ଏକ ଟ୍ରକ୍ ଏବଂ ଏକ ଭଙ୍ଗା କାର୍ ଥିବା ଦାବି କରିଛନ୍ତି କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ।
ଅଭିଜିତ୍ ଦୀପକେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସଂସଦ ମାର୍ଚ୍ଚ ପୂର୍ବରୁ ଜନ୍ତର ମନ୍ତରକୁ ପଥର ଭର୍ତ୍ତି ଟ୍ରକ୍ ଅଣାଯାଇଥିଲା। ସେ ଏହା ପଛରେ ଷଡ଼ଯନ୍ତ୍ର ଥିବା ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ, ପ୍ରତିବାଦକୁ ହିଂସାତ୍ମକ ରୂପ ଦେବା ପାଇଁ କିଛି ଅସାମାଜିକ ତତ୍ତ୍ୱଙ୍କୁ ବ୍ୟବହାର କରାଯାଇପାରେ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ଦୋଷ ଲଦିବା ପାଇଁ ପୂର୍ବରୁ ଯୋଜନା କରାଯାଉଛି। ପଥର ବୋଝେଇ ଟ୍ରକ୍ ଏବଂ ଭଙ୍ଗା କାର୍ ପ୍ରତିବାଦ ସ୍ଥଳରେ କିପରି ପହଞ୍ଚିଲା ସେ ନେଇ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି ଅଭିଜିତ୍।
ସୋସିଆଲ ମିଡିଆରେ କରାଯାଇଥିବା ଅନ୍ୟ ଏକ ପୋଷ୍ଟରେ ସେ ଦିଲ୍ଲୀ ପୁଲିସକୁ ସମାଲୋଚନା କରି କହିଛନ୍ତି ଯେ, ପୁଲିସକୁ ସୂଚନା ଦିଆଯିବା ପରେ ମଧ୍ୟ ପଥର ବୋଝେଇ ଟ୍ରକ୍କୁ ଘଟଣାସ୍ଥଳରୁ ହଟାଯାଇନାହିଁ।
ସୂଚନାଯୋଗ୍ୟ ଯେ, ସଂସଦ ଅଭିମୁଖେ ପଦଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୫,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ସିଜେପି ପ୍ରତିବାଦ ପାଇଁ ଆବଶ୍ୟକ ଅନୁମତି ନେଇନଥିବା ଦାବି କରାଯାଇଥିବା ବେଳେ ଏହି ଅଞ୍ଚଳରେ ଧାରା ୧୬୩ ଲାଗୁ କରାଯାଇଛି।
ତେବେ, ପଥର ବୋଝେଇ ଟ୍ରକ୍ ଓ ଭଙ୍ଗା କାର୍ ସମ୍ପର୍କରେ ଅଭିଜିତ୍ ଦୀପକେ କରିଥିବା ଦାବି ଉପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ।
କନ୍ଧମାଳ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବଳି ଗାଁରେ ଭ...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି।...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...